ଇଂଲଣ୍ଡ ବିରୋଧରେ ଓରେଂଜ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଖେଳଦେଶ ଓ ବିଦେଶ

ଦିଲ୍ଲୀ/ଭୁବନେଶ୍ୱର:ଟିମ୍ ଇଣ୍ଡିଆର ନ୍ୟୁଲୁକ୍ । ଖାସ୍ ସୁପର ସନଡେରେ ହାଇଭୋଲଟେଜ୍ ମ୍ୟାଚ୍ ବେଳେ ଏହି ଜର୍ସି ପିନ୍ଧିବେ ଭାରତୀୟ ଖେଳାଳି । ରବିବାର ଆୟୋଜକ ଇଂଲଣ୍ଡ ଦଳ ସହ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ । ହେଲେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ନୂଆ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବେ । ଭାରତୀୟ ଖେଳାଳି କିଭଳି ଓ କେଉଁ ରଂଗର ଜର୍ସିି ପିନ୍ଧିବେ ସେନେଇ ପୂର୍ବରୁ ବହୁ କଳ୍ପନାଜଳ୍ପନା ଲାଗି ରହିଥିଲା । ବିସିସିଆଇ ସୂଚନା ଅନୁସାରେ ଭାରତୀୟ ଦଳର ନୂଆ ଜର୍ସିର ରଂଗ ହେଉଛି ନୀଳ ଓ ନାରଂଗୀ । କେବଳ ଏହି ଜର୍ସିର ରଂଗ ଅଲଗା ନୁହେଁ, ଅନ୍ୟ କାରଣ ପାଇଁ ଖାସ ଓ ଏହା ଖେଳାଳିଙ୍କୁ ସହାୟତା କରିବ ବୋଲି କୁହାଯାଉଛି । ସ୍ୱତନ୍ତ୍ର ଟେକନୋଲୋଜିରେ ତିଆରି କରାଯାଇଥିବା ଏହି ଟି- ସାର୍ଟ ଖେଳାଳିଙ୍କୁ ପଡ଼ିଆରେ ସହାୟତା ବି କରିବ ।
ନାଇକ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି ଟି ସାର୍ଟର ବିଶେଷତା ହେଉଛି ସ୍ୱେଟ୍ ଜୋନ । ଏଥିରେ ସ୍ୱତନ୍ତ୍ର ଜାଳି ଲାଗିଥିବାରୁ ପ୍ରବଳ ଗରମରୁ ଖେଳାଳିଙ୍କୁ ଆଶ୍ୱସ୍ତି ମିଳିବ । କେବଳ ଏତିକି ନୁହେଁ, ପଡ଼ିଆରେ ଖେଳାଳିଙ୍କୁ ଝାଳରୁ ମୁକ୍ତି ସହ ପବନ ବି ମିଳିବ ।ଏଥିସହ ଟି-ସାର୍ଟ ସ୍ୱତନ୍ତ୍ର ଟେକନିକରେ ହାଲୁକା ଭାବେ ତିଆରି ହୋଇଥିବାରୁ ବେଶ ଆରାମଦାୟକ ରହିବ । ଏପରିକି ଖେଳାଳିଙ୍କୁ ଶୀଘ୍ର ହାଳିଆ ହେବାରୁ ମଧ୍ୟ ଏହା ବିଶେଷ ସହାୟତା କରିବ ।

Leave a Reply