ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ପୂର୍ଣ୍ଣାଂଗ ବଜେଟ । ବିଧାନସଭାରେ ଓଡ଼ିଶା ବଜେଟ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଂଗ ବଜେଟ ଉପସ୍ଥାପିତ । ପ୍ରଥମ କରି ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ବଜେଟକୁ ଦୁଇ ଭାଗରେ ଉପସ୍ଥାପନା କରାଯାଇଛି । ଅର୍ଥମନ୍ତ୍ରୀ ପ୍ରଥମେ କୃଷି ବଜେଟ ଉପସ୍ଥାପନ କରିଥିଲେ । ହେଲେ ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରୋନିକ୍ସ ବଜେଟ ସ୍ୱତନ୍ତ୍ର ଭାବେ ଉପସ୍ଥାପନା କରାଯିବା ବୋଲି କୁହାଯାଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବଜେଟ ଉପସ୍ଥାପନା କରି କହିଛନ୍ତି ଯେ, ଚଳିତ ବଜେଟରେ ମହିଳା ଓ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବଜେଟ କରାଯାଇଛି ।
ସେହିପରି କୃଷି ବଜେଟ ଉପସ୍ଥାପନ କରି କୁହାଯାଇଛି ଯେ, କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଡିବିଟିରେ ଟଙ୍କା ଦିଆଯାଉଛି । କୃଷକଙ୍କ ପିଲାଙ୍କୁ ମେଧା ବୃତ୍ତି ପ୍ରଦାନ କରଯାଉଛି । ଏଥିସହ କୃଷି ଲାଗି ଆବଶ୍ୟକ ଜଳସେଚନ, ସାର ବିହନ ଆଦି ସବୁ ଦିଗରେ ବଜେଟରେ ବ୍ୟବସ୍ଥା କରାଯାଇଛି । ଏଥର ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ ଉପସ୍ଥାପନ କରାଯାଇଛି । ତେବେ ପୂର୍ଣ୍ଣାଂଗ ବଜେଟର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ।
ଚଳିତ ବଜେଟରେ ସାର ପାଇଁ ଶହେ କୋଟି, କୃଷି ଯନ୍ତ୍ରପାତି ଲାଗି ୧୮୨ କୋଟି ଓ ଜାତୀୟ ଉଦ୍ୟାନ କୃଷି ଲାଗି ଶହେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିସହ ପାର୍ବତୀଗିରି ଉଠଜଳସେଚନ ଯୋଜନା ଲାଗି ୧୭୭୭ କୋଟି, ଆଡିବନ୍ଧ ଯୋଜନା ଲାଗି ୩୩ କୋଟି, ୨୦ ହଜାର ଗଭୀର ନଳକୂପ ଲାଗି ୪୫୦ କୋଟି ଓ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଲାଗି ୪ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ କାଳିଆ ଯୋଜନା ଲାଗି ସବୁଠୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଥିବା ବେଳେ ଏଥିଲାଗି ୫୬୧୧ କୋଟି ଟଙ୍କା ବଜେଟରେ ରଖାଯାଇଛି । ଏହାସହ କୃଷି ଶିକ୍ଷା ଓ ଗବେଷଣା ଲାଗି ୩୦ କୋଟି, କୃଷି ସିଂଚନ ଲାଗି ୨୨୮ କୋଟି, କେନାଲ ମରାମତି ଲାଗି ୩୧୪ କୋଟି ଓ ଜଳନିଧି ଯୋଜନା ଲାଗି ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏବେ ଆସନ୍ତୁ ନଜର ପକାଇବା କେଉଁଥି ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ।
କେଉଁଥି ପାଇଁ କେତେ ଟଙ୍କା
ପ୍ରଶାସନିକ ବ୍ୟୟ ଅଟକଳ ଲାଗି ୫୭ ହଜାର ୩୫୦ କୋଟି ଟଙ୍କା
ଦରମା ଲାଗି ୨୫ ହଜାର ୫୦୦ କୋଟି ଟଙ୍କା
ସୁଧ ଦେୟ ଲାଗି ୧୩ ହଜାର ୩୦୦ କୋଟି ଟଙ୍କା
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଲାଗି ୪୬୦୦ କୋଟି
କାର୍ଯ୍ୟକ୍ରମ ବ୍ୟୟ ଅଟକଳ ଲାଗି ୭୪ ହଜାର ୬୦୦ କୋଟି
ସରକାରୀ ଉଦ୍ୟୋଗ ଲାଗି ୪ ହଜାର କୋଟି
ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୧୯, ୪୯୨ କୋଟି
ଆଦର୍ଶ ବିଦ୍ୟାଳୟ ଲାଗି ୩୨୦ କୋଟି
ଅନୁସୂଚିତ ଜାତି ଛାତ୍ରୀ ନିବାସ ପାଇଁ ୨୨୭ କୋଟି
ଉଚ୍ଚ ଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ଲାଗି ୧୫୦ କୋଟି
ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ଲାଗି ୬୩ କୋଟି
ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ୧୫ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି ୧୨୦୩ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସୁବିଧା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୬୮୨୮ କୋଟି
ଫୋନି ପ୍ରଭାବିତ ଅଂଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ ଲାଗି ଯୋଜନା
୫ ଲକ୍ଷ ପକ୍କା ଘର ଲାଗି ୪୮୦୦ କୋଟି
ମମତା ଯୋଜନା ଲାଗି ୩୦୫ କୋଟି
ମିଶନ ଶକ୍ତି ଲାଗି ୩୦୧ କୋଟି
ମିଶନ ଶକ୍ତି ଗୃହ ନିର୍ମାଣ ଲାଗି ଅତିରିକ୍ତ ୧୩୦ କୋଟି
ଗ୍ରାମାଂଚଳରେ ସହରାଂଚଳ ସୁବିଧା ଦେବାକୁ ୮୦ କୋଟି
ମଧୁବାବୁ ପେନସନ ଯୋଜନା ଲାଗି ୨୧୨୦ କୋଟି
ଭୁବନେଶ୍ୱର ଓ ଉାଉରକେଲା ସ୍ମାର୍ଟସିଟି ଲାଗି ୪ ଶହ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଲାଗି ୩୦୧ କୋଟି
ବିଜୁ ସେତୁ ଯୋଜନାରେ ୧୮୧ଟି ସେତୁ ଲାଗି ୫୦୧ କୋଟି
ପୁରୁଣା ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଲାଗି ୧୦ କୋଟି
ପୋଲିସ ବାରାକ ନିର୍ମାଣ ଓ ସରଂଜାମ ଲାଗି ୭୦୧ କୋଟି
ଏମଏସଏମଇ ଲାଗି ୧୯୨ କୋଟି ଟଙ୍କା
