ହରିୟାଣାରେ କଂଗ୍ରେସ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ଗୁଳି କରି ହତ୍ୟା

ଅପରାଧଦେଶ ଓ ବିଦେଶରାଜନୀତି

ଦିଲ୍ଲୀ/ଭୁବନେଶ୍ୱର: ଦିନଦାହାଡେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା । ହରିୟାଣା ଫରିଦାବାଦର କଂଗ୍ରେସ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତମାନେ ଗୁଳି କରି ହତ୍ୟା କରିଛନ୍ତି । ୮ରୁ ୧୦ଟି ଗୁଳି ମାରି ବିକାଶଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଗୁଳିମାଡ଼ ପରେ ବିକାଶ ଚୌଧୁରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସର୍ବସମ୍ମୁଖରେ କଂଗ୍ରେସ ନେତାଙ୍କୁ ହତ୍ୟା ପରେ ଫରିଦାବାଦ ପୋଲିସ ଘଟଣାର ଛନଭିନ ଆରମ୍ଭ କରିଛି ।
ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୟାନ ସମସ୍ତଙ୍କୁ ଚକିତ କରି ଦେଇଛି । ଘଟଣା ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଏହି ଘଟଣା ଏବେ ମୋର ଜାଣତରେ ନାହିଁ । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟ କରି ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଫରିଦାବାଦରେ କଂଗ୍ରେସ ପ୍ରବକ୍ତା ଏବଂ ନେତା ବିକ।। ଚୌଧୁରୀଙ୍କ ହତ୍ୟା ଅତି ନିନ୍ଦନୀୟ ଓ ଦୁଃଖଦାୟକ ଅଟେ । ଏହା ହରିୟାଣାରେ ବିଗଡିଥିବା ଆଇନଶୃଙ୍ଖଳା ବ୍ୟବସ୍ଥାର ଆଇନା ବୋଲି ସେ କହିଛନ୍ତି । ବିକାଶ ଚୌଧୁରୀଙ୍କ ଅମର ଆତ୍ମାକୁ ଶାନ୍ତି ଓ ପରିବାର ବର୍ଗଙ୍କୁ ସହିବା ପାଇଁ ଶକ୍ତି ଦିଅନ୍ତୁ ବୋଲି ସେ ଭଗବାନଙ୍କଠାରେ ପ୍ରାର୍ଥନା କରିଛନ୍ତି ।
ପୁରା ଘଟଣା
ଗୁରବାର ସକାଳ ୯.୦୫ ମିନିଟରେ ଘଟିଛି । ପ୍ରତିଦିନ ଭଳି ବିକାଶ ସେକ୍ଟର ୯ ସ୍ଥିତ ହୁଡା ମାର୍କେଟର ପିଏଚସିକୁ ଜିମ କରିବା ଲାଗି ପହଂଚିଥିଲେ । ବିକାଶ ନିଜ ଗାଡ଼ିରୁ ଓହ୍ଲାଇବା ପରେ ପାଣି ବୋତଲ ହାତରେ ଧରିବା ସମୟରେ ଗୁଳି ବର୍ଷା ହୋଇଥିଲା । ପାଖାପାଖି ୧୨ରୁ ୧୫ ଗୁଳି ତାଙ୍କ ଉପରେ ବର୍ଷା ହୋଇଥିଲା । ଦୁଇ ଜଣ ଗୁଳି ବର୍ଷା କରିଥିଲେ । ଜଣେ ଗାଡ଼ି ଚାଳକ ପଟକୁ ଗୁଳି କରିଥିବା ବେଳେ ଅନ୍ୟ ଜଣେ ଅଲଗା ପଟୁ ଗୁଳି ବର୍ଷା କରିଥିଲେ । ତେବେ ଗାଡ଼ି ଚାଳକ ବିକାଶ ଖୋଦ ଥିବା ବେଳେ ତାଙ୍କ ସାଙ୍ଗରେ କେହି ନଥିଲେ । ଏଥିପାଇଁ ତାଙ୍କ ବେକ, ଛାତି ଉପରେ ସିଧା ଗୁଳି ବାଜିଥିଲା । ଶରୀରରେ ୧୦-୧୨ ରାଉଣ୍ଡ ଗୁଳି ବାଜିଥିବା ବେଳେ କାରରେ ୪ ରାଉଣ୍ଡ ଗୁଳି ବାଜିଛି ।
ଆକ୍ରମଣକାରୀମାନେ ଧଳା ରଂଗର କାରରେ ଆସି ଗୁଳି ବର୍ଷା କରିଥିଲେ । ଏହି ଘଟଣା ପୁରା ସିସିଟିଭିରେ କଏଦ ହୋଇଛି । ପୃଥଳା ଗାଁର ନବୀନ ସିଂହ ଆହତ ଅବସ୍ଥାରେ ବିକାଶଙ୍କୁ ସେକ୍ଟର-୮ସ୍ଥିତ ସର୍ବୋଦୟ ହସ୍ପିଟାଲକୁ ନେଇଥିଲେ । ସେଠାରେ ବିକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ମୃତଦେହ ବ୍ୟବଚ୍ଛେଦ ଲାଗି ବିକେ ମେଡ଼ିକାଲକୁ ପଠାଯାଇଛି । ଡିଏସପି ଜୟବୀର ସେଠୀଙ୍କ କହିବା ଅନୁସାରେ, ବେକରେ ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ସେପଟେ ବିକାଶଙ୍କୁ ହତ୍ୟା ଘଟଣା ପରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଶୋକ ନମ୍ବର । ସେ ଚିନ୍ତା ପ୍ରକଟ କରି କହିଛନ୍ତି, ରାଜ୍ୟରେ ଜଂଗଲରାଜ ଚାଲିଛି, ଏଠାରେ ଅପରାଧୀଙ୍କୁ ଆଇନ ପ୍ରତି ଟିକେ ବି ଭୟ ନାହି । ବୁଧବାର ମଧ୍ୟ ଏହିପରି ଏକ ଅଭାବନୀୟ ଘଟଣା ଘଟିଥିଲା । ଛେଡଛାଡ଼କୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଚାକୁ ମାରି ଥିଲେ ଦୁର୍ବୃତ୍ତ । ଏହି ଘଟଣାର ମଧ୍ୟ ଯାଂଚ ହେବା ଦରକାର ।