ଭୁବନେଶ୍ୱର: ପ୍ରଦୀପ୍ତ କୁମାର ନାଏକ ବିଜେପିର ବିଧାୟକ ଦଳ ନେତା। ବିଧାନସଭା ସୂତ୍ର ଅନୁଯାୟୀ ଭବାନୀପାଟଣା ବିଜେପି ବିଧାୟକ ପ୍ରଦୀପ ନାଏକ ବିରୋଧୀ ଦଳ ନେତା ପଦ ଅଳଙ୍କୃତ କରିବେ। ବିଜେପି କେନ୍ଦ୍ରୀୟ କମିଟି ତାଙ୍କ ନାଁରେ ମୋହର ମାରିଛି। ଏଥର ଗୃହରେ ବିଜେପିର ୨୩ ବିଧାୟକ ଅଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ମନୋନୀତ କରାଯାଇଛି । ସୂଚନା ଅନଯାୟୀ ନରସିଂହଙ୍କୁ ବିଧାୟକ ଦଳ ନେତା, ସନ୍ତୋଷ ସିଂ ସାଲୁଜାଙ୍କୁ ଉପନେତା, ତାରାପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମଙ୍କୁ ଦଳର ସଚିବ ଭାବେ ମନୋନୀତ କରାଯାଇଛି।
