ଏନ୍ଏନ୍ ବ୍ୟୁରୋ। ଶ୍ରୀ ସତ୍ୟ ଇନ୍ଦିରା ଫାଉଣ୍ଡେସନ୍ ପକ୍ଷରୁ ପରିବେଶ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଭାରତ ଦେଶ ସହ ଲଣ୍ଡନ, ଇଣ୍ଡୋନେସିଆ, ଫିଲିପାଇନ୍ସ ଆଦି ଦେଶର ଅଂଶଗ୍ରହଣକାରୀମାନେ ସାମିଲ ହୋଇଥିଲେ। ମହିଳା ଏବଂ ପୁରୁଷ ଶିଶୁ, ଯୁବକ, ବରିଷ୍ଠ ତଥା ବୟସ୍କ ବ୍ୟକ୍ତି ବିଶେଷ ଆଦି ପ୍ରତ୍ୟେକ ବିଭାଗରେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ସପ୍ତାହ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା। ଏବଂ ବୃକ୍ଷଗୁଡିକର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।
ପରିବେଶ ସଂରକ୍ଷଣ ସପ୍ତାହର ଅଂଶଗ୍ରହଣକାରୀମାନଙ୍କୁ ଶ୍ରୀ ସତ୍ୟଇନ୍ଦୀରା ଫାଉଣ୍ଡେସନ୍ ଦ୍ୱାରା ପରିବେଶ ସଂରକ୍ଷଣ ପୁରସ୍କାର ୨୦୨୨ ମଧ୍ୟ ପ୍ରଦାନ କରାଯାଇଥିଲା।
ଶ୍ରୀ ସତ୍ୟ ଇନ୍ଦୀରା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଭାପତି ଏସ୍ ସ୍ମୃତି ସରସ୍ୱତ ନିଜ ମତବ୍ୟକ୍ତ ରଖିଥିଲେ। ପ୍ରତ୍ୟେକ ଦିନ ପରିବେଶ ଦିବସ ଭାବରେ ପାଳନ କରିବା ସହ ବୃକ୍ଷରୋପଣକୁ ମଧ୍ୟ ସେମାନଙ୍କ ପିଲା ପରି ଭଲ ପାଇବା, ଆଦର କରିବା ଏବଂ ପୋଷଣ କରାଯିବା ଉଚିତ୍। ଯେପରି ଆମେ ପିଲାମାନଙ୍କ ସହ କଥା ହେବା, ଲେଖିବା ଏବଂ ପଢ଼ିବା ଶିଖାଉ, ସେହିଭଳି ପିଲାମାନଙ୍କୁ ଆରମ୍ଭରୁ ପରିବେଶ ପ୍ରତି ସେମାନଙ୍କର ଦାୟିତ୍ ଏବଂ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଆବଶ୍ୟକ। ତେବେ ପରିବେଶ ସୁରକ୍ଷା ସପ୍ତାହର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୃକ୍ଷ ହିଁ ଜୀବନ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ମତ ରଖିଥିଲେ।
