ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କୁସମେଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ଲୋଇସିଂହା ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ତଥା ବାନିପାଲି ସମିତି ସଭ୍ୟା ଜ୍ୟୋତ୍ସ୍ନାମୟୀ ନାଗ ଯୋଗ ଦେଇଥିଲେ। ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ରକ୍ତଦାନ ଶିବିରରେ କୁସମେଲ ସରପଞ୍ଚ ଓ ସମିତି ମେମ୍ବର କସ୍ତୁବ ସାହୁ ଓ ମହାଦେବ ବିଶ୍ୱାଲ, ଲୋଇସିଂହା ବ୍ଲକ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଜୟଦେବ ବାରିକଙ୍କ ସହ କୁସମେଲ ପଂଚାୟତ ବିଜେଡିର ଅନେକ କର୍ମୀ ସାମିଲ ହୋଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଦେବରାଜ ସେଠ, ଜ୍ଞାନରଞ୍ଜନ ସିଂ, ମୁକେଶ ପଧାନ, ରାହାଂଶ ପଧାନ, ଗୌତମ ସାହୁ।
