ଏନ୍ଏନ୍ ବ୍ୟୁରୋ l ଚଳିତ ବର୍ଷର ବୃକ୍ଷରୋପଣର ବାର୍ତ୍ତା’ମା ପାଇଁ ଗଛଟିଏ’ l ଆମେ ମା’କୁ ଯେମିତି ଭଲ ପାଉ ଠିକ୍ ସେମିତି ଗଛକୁ ମଧ୍ୟ ଭଲ ପାଇବା l ପରିବେଶ ସନ୍ତୁଳନ ପାଇଁ ଏହା ପ୍ରେରଣା ଯୋଗାଇବ ନିଶ୍ଚିତ l ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ୍ ଭାଲୁପାଲିରେ ଅୟୋଜିତ ଜିଲ୍ଲାସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ମହତ୍ କଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ l ଏ ଅବସରରେ ରମାଇ ଜଙ୍ଗଲରେ ସେ ଏକ ଗଛ ଲଗାଇବା ସହ ପାଣି ଦେଇଥିଲେ l ଏବଂ ବୃକ୍ଷରୋପଣ ସପ୍ତାହ ଅବସରରେ ଲୋଇସିଂହା ଅଞ୍ଚଳରେ ପ୍ରାୟ 1 ଲକ୍ଷ ଗଛ ଲଗାଇବା ଲକ୍ଷ୍ୟ ରହିଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ l ଏଥିସହ ରାଜ୍ୟରେ ମୋହନ ସରକାରଙ୍କ ମଧ୍ଯ ଏକ ପେଡ ମାକେ ନାମ କାର୍ଯ୍ୟକ୍ରମ ଚାଲିଛି I
ଜିଲ୍ଲାସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଡିଏଫଓ ଅଜିତ ବିଶି କହିଛନ୍ତି l ଯେଉଁଥିରେ ଛାତ୍ରଛାତ୍ରୀ, ଯୁବ ବର୍ଗ, ଏସଏଚଜି ମହିଳା ଆଦି ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ l ହେଲେ ଚଳିତ ବର୍ଷ ଜିଲ୍ଲାରେ 6 ଲକ୍ଷ ବୃକ୍ଷରୋପଣ ଲକ୍ଷ୍ୟ ଥିବା ବେଳେ 11 ଲକ୍ଷ ଚାରା ବଣ୍ଟନ କରାଯିବ ବୋଲି ଡିଏଫଓ ଅଜିତ ବିଶି କହିଛନ୍ତି l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇଶଲୱାର, ଡିଏଫ୍ଓ ଅଜିତ ବିଶି, ଏସିଏଫ୍ ମାନସ ବେହେରା, ରେଞ୍ଜର ପଲ ହରପାଲ, ଫରେଷ୍ଟର ବାବୁଲାଲ ଦାସ, ବ୍ଲକ୍ ଅଧ୍ୟକ୍ଷ ଯତୀନ ପଟେଲ, ଏସଏଚଜି ମହିଳା ଓ ସମସ୍ତ ବନ କର୍ମଚାରୀ ସାମିଲ ହୋଇଥିଲେ l