ଏନ୍ଏନ୍ ବ୍ୟୁରୋ l କେବଳ ବ୍ୟବସାୟ ନୁହଁ, ସମାଜସେବା କ୍ଷେତ୍ରରେ ବି ଦି’ପାଦ ଆଗରେ ଅରୁନ୍ଧତୀ l ଶ୍ରୀକ୍ଷେତ୍ର ପୁରୀରେ ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ ଏଥର ଅନ୍ନସେବା କରାଯାଇଥିଲା l ବାହୁଡା ଯାତ୍ରା ଅବସରରେ ଜଗନ୍ନାଥ ଧାମରେ ଅୟୋଜିତ ଅନ୍ନସେବା କ୍ୟାମ୍ପରେ ନେତାଙ୍କ ସହ ଅରୁନ୍ଧତୀର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ମଧ୍ୟ ସାମିଲ ହୋଇ ଅନ୍ନ ବଣ୍ଟନ କରିଥିଲେ l ସକାଳୁ ସନ୍ଧ୍ଯା ଯାଏ 10 ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ଅନ୍ନ ବଣ୍ଟନ କରାଯାଇଥିବା ବ୍ରହ୍ମାନନ୍ଦ ମେହେର ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି l
ଏ ଅବସରରେ ସେ ଶ୍ରମିକ ନେତା ତଥା ସମାଜସେବୀ ସ୍ଵର୍ଗତଃ ଲଳିତ କୁମାର ନାୟକଙ୍କୁ ମନେ ପକାଇଛନ୍ତି l ତାଙ୍କ ଜୀବନବ୍ୟାପୀ କର୍ମମୟ ଜୀବନ ମୋ ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଛନ୍ତି ବ୍ରହ୍ମାନନ୍ଦ l ଏପରିକି ପୁରୀରେ ଅରୁନ୍ଧତୀ ପକ୍ଷରୁ ଅନ୍ନସେବା ମହାପ୍ରଭୁଙ୍କ ସଂରଚନାର ଅପୂର୍ବ ସଂଯୋଗ ବୋଲି ସେ କହିଛନ୍ତି l ବାହୁଡା ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ବଣ୍ଟନ କରି ନୈସର୍ଗିକ ଆନନ୍ଦର ଅନୁଭୂତି ସାଉଁଟିଛି ଅରୁନ୍ଧତୀ ପରିବାର l
