ଏନ୍ଏନ୍ ବ୍ୟୁରୋ l ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀରେ ପ୍ରକୃତି ଯୋଗ ଭୂମି ପଏଣ୍ଟ ଉଦଘାଟିତ ହୋଇଯାଇଛି l ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ପୁରୀ ମହାତ୍ମାଗାନ୍ଧୀ ପାର୍କରେ ପ୍ରକୃତି ଯୋଗ ଭୂମି ପଏଣ୍ଟ ଉଦଘାଟନ କରିଛନ୍ତି ନାଲକୋ ସିଏମଡି ବିଜେନ୍ଦ୍ର ପ୍ରତାପ ସିଂ l କାର୍ଯ୍ୟକ୍ରମରେ ନାଲକୋର ମାନବ ସମ୍ବଳ ନିର୍ଦ୍ଦେଶକ ତାପସ କୁମାର ପଟ୍ଟନାୟକଙ୍କ ସହ ନାଲକୋ କର୍ମଚାରୀମାନେ ଉପସ୍ଥିତ ଥିଲେ l ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେବା ସହ ଏହାର ବହୁଳ ପ୍ରଚାର ପ୍ରସାର ଦିଗରେ ନାଲକୋ ଅନେକ କାର୍ଯ୍ୟକ୍ରମ କରି ଆସୁଛି l ଏ ଅବସରରେ ମହାତ୍ମାଗାନ୍ଧୀ ପାର୍କ ପରିସରରେ ଏକ ପେଡ ମାକେ ନାମ କାର୍ଯ୍ଯକ୍ରମ କରାଯାଇଥିଲା l
ଏହା ପୂର୍ବରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ତଥା ଯୋଗର ପ୍ରଚାର ପ୍ରସାର ପାଇଁ ସ୍ଵାସ୍ଥ୍ଯ, ନିରାମୟ ଓ ଦୈନଦିନ ଜୀବନରେ ଯୋଗର ଭୂମିକା ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏଥିପାଇଁ ସମୁହ ଯୋଗ ଶିବିର ଆୟୋଜନ କରାଯାଇଥିଲା l ନାଲକୋ କର୍ପୋରେଟ ମୁଖ୍ୟାଳୟ ଭୁବନେଶ୍ବର ସହ ଅନୁଗୁଳ ଓ ଦାମନଯୋଡି ପ୍ଲାଣ୍ଟରେ ଯୋଗ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଶିବିରରେ ନାଲକୋର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ l