ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଚେତାବନୀ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ଆନ୍ଦୋଳନକୁ ଓହ୍ଲାଇଲେ ବନ କର୍ମଚାରୀ l ବଲାଙ୍ଗିର ଜିଲ୍ଲା ଲୋଇସିଂହା ବନାଞ୍ଚଳ କାର୍ଯ୍ୟାଳୟ ଆଗରେ କଳାବ୍ଯାଚ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବନ କର୍ମଚାରୀ l ବନ କର୍ମଚାରୀଙ୍କ ୩ ଦଫା ଦାବି ପୂରଣ ଦାବିରେ କଳା ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି l ହିନ୍ଦୋଳରେ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି I ତାସହ ସମ୍ପୃକ୍ତ କେଶକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରାଯାଇ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା ଅନୁକମ୍ପା ସହାୟତା ରାଶି ଦେବାକୁ ଦାବି କରାଯାଇଛି I

ଏହାବ୍ୟତୀତ ବନ ବିଭାଗର ବିଭିନ୍ନ ଅବ୍ୟବସ୍ଥାର ପ୍ରତିକାର ପାଇଁ ଫରେଷ୍ଟ କମିସନ୍ ଗଠନ ଓ ବନ କ୍ଷେତ୍ର ଅଧିକାରୀଙ୍କୁ ପୋଲିସ ବିଭାଗ ଭଳି ଦରମା ଏକାଉଣ୍ଟ୍ ଇନସ୍ୟୁରାନ୍ସ ପ୍ୟାକେଜ୍ ଦେବାକୁ ଦାବି କରାଯାଇଛି I ଦାବି ପୂରଣ ପାଇଁ ଆଜିଠୁ 21 ତାରିଖ ଯାଏ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି l ଦାବି ପୂରଣ ନହେଲେ 22 ତାରିଖରୁ କାର୍ଯ୍ୟବନ୍ଦ କରି ଭବାନୀପାଟଣା ସର୍କଲ୍ ଅଫିସରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି l