JCI ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଅନ୍ତର୍ଜାତୀୟ ସାମାଜିକ ସଂଗଠନ ବଲାଙ୍ଗିର ପକ୍ଷରୁ ଏକ ବ୍ୟକ୍ତିତ୍ଵ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜେସିଆଇ ବଲାଙ୍ଗିର ସିଟି ସଭାପତି ଜେସି ସୃଷ୍ଟି ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଜେସିଆଇ ପ୍ରଶିକ୍ଷକ ରବୀନ୍ଦ୍ର ମିସାଲ ଯୋଗ ଦେଇଥିଲେ। ଏ ଅବସରରେ କର୍ମଶାଳାରେ ସାମିଲ ବ୍ୟକ୍ତିଙ୍କୁ ଜଣେ ପ୍ରଭାବଶାଳୀ ବକ୍ତା ସହ ବ୍ୟକ୍ତିତ୍ୱର ସକରାତ୍ମକ ପରିବର୍ତ୍ତନ ବିଷୟରେ ଜ୍ଞାନ ଓ ତାଲିମ ଦିଆଯାଇଥିଲା। ଏଥିରେ ୪୦ରୁ ଅଧିକ ସଦସ୍ୟ ପଞ୍ଜିକୃତ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ଜେସିଆଇ ଏକ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ ବିକାଶ, ନେତୃତ୍ୱ ବିକାଶ ସାମାଜିକ ସଂଗଠନ। ଦୀର୍ଘ ଶହେ ବର୍ଷରୁ ଅଧିକ ସମୟ ଧରି ୧୨୫ରୁ ଉର୍ଦ୍ଧ୍ଵ ଦେଶରେ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛି। ଏନେଇ ବଲାଙ୍ଗିରରେ ଦୁଇ ଦିନିଆ ବ୍ୟକିତ୍ଵ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜେସିଆଇ ବଲାଙ୍ଗିର ସିଟି ସମ୍ପାଦକ ଜେସି ଅଭିଲାଶ ଅଗ୍ରୱାଲ, ଉପସଭାପତି ଅବିନାଶ ଅଗ୍ରୱାଲ, କାର୍ଯ୍ୟକ୍ରମ ନିର୍ଦେଶିକା ତାଲିମ ଜେସି ତ୍ରିଷ୍ଣା ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।