ଏନ୍ଏନ୍ ବ୍ୟୁରୋ। ମଳମୁଣ୍ଡା କଲୋନୀ ପଡାରେ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ। ନୂଆ କଲ୍ୟାଣ ମଣ୍ଡପ ପାଇଁ ଶୁଭାରମ୍ଭ କରିଛନ୍ତି ସମାଜସେବୀ ସଞ୍ଜୀବ ରଞ୍ଜନ ସେଠ୍। ପୁଇନ୍ତଲା ବ୍ଲକ୍ ମଳମୁଣ୍ଡା କଲୋନୀ ପଡ଼ାରେ ଏହାର ଶୁଭ ଉଦଘାଟନ କରିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ନିଜ ଉଦ୍ୟମରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ଜାଗାରେ ନଡ଼ିଆ ବାଡେଇ ଶୁଭ ଦେଇଛନ୍ତି ସଞ୍ଜୀବ ସେଠ୍। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ୍ ଉପସଭାପତି ମଦନ ମୋହନ ନାଏକ, ବ୍ଲକ୍ ମହିଳା ସଭାନେତ୍ରୀ ଗୀତାଞ୍ଜଳି ସେଠ୍, ଭଗବାନ ସେଠ୍, କୁମୁଦ ସେଠ୍, ଧୁବଳେ ବାଗ, ନକୁଳ ବାଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ।
ପରେ ପୁଇନ୍ତଲା ପଞ୍ଚାୟତରେ ମଦ ବିରୋଧି ଅଭିଯାନ କରିଥିଲେ ସଞ୍ଜୀବ ସେଠ୍। ପଞ୍ଚାୟତରେ ମଦ, ଗଞ୍ଜେଇ ଓ ସଠା ବନ୍ଦ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା। ସମାଜସେବୀ ସଞ୍ଜୀବ ସେଠଙ୍କ ନେତୃତ୍ଵରେ ଅନୁଷ୍ଠିତ ଶୋଭାଯାତ୍ରାରେ ଏସଏଚଜି ଗ୍ରୁପର ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ସତ୍ୟାନନ୍ଦ ସୁନା, ପୁଇନ୍ତଲା ବ୍ଲକ୍ ଆତ୍ମା ସଭାପତି ଜ୍ୟୋତିଷ ମୁଗୁରୀଙ୍କ ସହ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଏବଂ ମଦ ବିରୋଧରେ ପୁଇନ୍ତଲା ଥାନାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
