ଏନ୍ଏନ୍ ବ୍ୟୁରୋ। ଲାଲ ବିହାରୀ ପ୍ରଧାନଙ୍କ ବିୟୋଗରେ ସ୍ମୃତି ସଭା। ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ ବିଲାଇସର୍ଡ଼ା ଗାଁର ଅମାୟିକ ବ୍ୟକ୍ତି ସ୍ବର୍ଗତ ଲାଲ ବିହାରୀ ପ୍ରଧାନଙ୍କ ସ୍ମୃତି ଚାରଣ କରାଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଳିଷ୍ଠ ପଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ମୃତି ସଭାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇ ଥିଲେ। ଏବଂ ସ୍ବର୍ଗତ ଲାଲ ବିହାରୀ ପ୍ରଧାନଙ୍କ ଅମାୟିକ ବ୍ୟକ୍ତିତ୍ଵ ସମ୍ପର୍କରେ ବଖାଣିବା ସହ ତାଙ୍କର ଆମର ଆତ୍ମାର ସତଗତି କାମନା କରିଥିଲେ।ସେହିପରି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଡିସିସି ସଭାପତି ସୁଶୀଲ ଚାନ୍ଦ, ବିଜେଡ଼ି ଜିଲ୍ଲା ଆଇଟି ସଂଯୋଜକ ତଥା ସାମାଜିକ କର୍ମୀ ବିଭୂତି ଭୂଷଣ ମିଶ୍ର, ସଞ୍ଜୀବ ସେଠ୍, ଶ୍ରୀପତି ବାଗ, ଦେବରାଜ ଅମାତ, ସୀତାକାନ୍ତ ସାଏ, ସୁରେଶ ନାଏକ, ବିଷ୍ଣୁ ପଟେଲ, ଭାଗିରଥି ସେଠ୍, ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ, ପ୍ୟାକ୍ସ ସଭାପତି ଉମେଶ ପ୍ରଧାନ, ଦେବାଶିଷ ବାବୁଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଲାଲ ବିହାରୀ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲା ଶଯ୍ୟାଶାୟୀ ଥିବା ଲାଲ ବିହାରୀ ପ୍ରଧାନ ଗତ ୧୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୯୩୪ ମସିହାରେ ଜନ୍ମିତ ଲାଲ ବିହାରୀ ପ୍ରଧାନ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ନାଏବ ସରପଞ୍ଚ, ସେବା ସମବାୟ ସମିତିର ସଭାପତି, ସ୍କୁଲ ପରିଚାଳନା କମିଟିର ସଭାପତି ସହ ଧାର୍ମିକ କାର୍ଯ୍ୟରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। ହେଲେ ଗତ ୨୦୨୦ ମସିହାରେ ପାରାଲେସିସରେ ଆକ୍ରାନ୍ତ ହେବା ପରେ ସାଂଗଠାନିକ କାର୍ଯ୍ୟରୁ ଦୂରେଇ ଯାଇଥିଲେ। ଶାରୀରିକ କ୍ଷେତ୍ରରେ ଦୁର୍ବଳ ହୋଇଥିଲେ ହେଁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ି ନଥିଲେ । ଘରେ ପ୍ରତ୍ୟହ ପୂଜାପାଠ କରିବା ସହ ଭାଗବତ ପଠନ ଜାରି ରଖିଥିଲେ। ହେଲେ ଗତ ୧୮ ତାରିଖରେ ସେ ସମସ୍ତ ଆତ୍ମୀୟ ସ୍ୱଜନକୁ ଛାଡି ଆରପାରିକୁ ଚାଲି ଯାଇଥିଲେ। ତାଙ୍କ ଆମର ଆତ୍ମାର ସଦଗତି ପାଇଁ ଆୟୋଜିତ ସ୍ମୃତି ସଭାରେ ଅନେକ ଜ୍ଞାନୀ ଗୁଣି ବ୍ୟକ୍ତି ତାଙ୍କର ସ୍ମୃତି ଚାରଣ କରିଥିଲେ।
