ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ l ବହୁ ପ୍ରତୀକ୍ଷିତ ପାଟଣାଗଡ ବାଇପାସ ରାସ୍ତା ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି I ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଇପାସ ରୋଡର ସମୀକ୍ଷା କରି ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ I ଏପରିକି ଆସନ୍ତା ନୂଆ ବର୍ଷରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରି ପାଟଣାଗଡବାସୀଙ୍କୁ ଉପହାର ସ୍ଵରୂପ ଦିଆଯିବ ବୋଲି କହିଛନ୍ତି କେଭି I 8. 200 କିଲୋ ମିଟର ରାସ୍ତା ପାଇଁ 119 କୋଟି ଟଙ୍କା ଖର୍ଚ୍ଚ ହେବ I ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଡକାଯିବା ସହ 76 ଜଣ ଲୋକଙ୍କ ଜମି ଅଧିଗ୍ରହଣ କରାଯିବ I
ହେଲେ ସେଥିରେ କିଛି ଜଙ୍ଗଲ ଜମି ସମସ୍ୟା ରହିଥିଲେ ବି ଏହାର ସମାଧାନ କରାଯିବ ବୋଲି କହିଛନ୍ତି କନକ ବର୍ଦ୍ଧନ l ତେବେ ଏହି ରାସ୍ତା ପାଇଁ ଜମି ହରାଉଥିବା ଲୋକେ ମଧ୍ଯ ସାହାଯ୍ୟ ସହଯୋଗ କରୁଛନ୍ତି I ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆଶା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ I ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I