ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍ ମେହେର

ଅପରାଧଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଜେଲରୁ ବାହାରିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ୍ ମେହେର। ମାଙ୍କ ଶୁଦ୍ଧିକ୍ରିୟା ପାଇଁ ବଲାଙ୍ଗିର ଜେଲରୁ ବାହାରିଛନ୍ତି ପୁଞ୍ଜିଲାଲ। ଏଥିପାଇଁ ଉଚ୍ଚ ନ୍ୟାୟାଳୟ ତାଙ୍କୁ ୪ ଦିନିଆ ସର୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି। ୨୪ ତାରିଖରୁ ୨୮ ଯାଏ ମାଙ୍କ ଶୁଦ୍ଧିକ୍ରିୟା ସାରି ପୁଣି ଜେଲକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଏ ସମୟରେ ଗଣମାଧ୍ୟମ ସାମ୍ନାରେ କୌଣସି ମନ୍ତବ୍ୟ ନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗତ ୧୨ ତାରିଖରେ ଦିନକ ପାଇଁ ଜାମିନରେ ଆସି ମାଙ୍କ ଅନ୍ତେଷ୍ଟିକ୍ରିୟା ସାରି ପୁଣି ଜେଲକୁ ଆସିଥିଲେ ପଞ୍ଜିଲାଲ। ହେଲେ ଏ ସମୟରେ ଗଣମାଧ୍ୟମ ଉପରେ ଜୋର୍ ବର୍ଷି ଥିଲେ ପଞ୍ଜିଲାଲ୍।

ପ୍ରକାଶଯୋଗ୍ୟ ଯେ, ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ ବ୍ରହ୍ମପୁରାରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ସୋମ୍ୟଶେଖର ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ଘଟିଥିଲା ବେଳେ ରୀମା ଗୁରୁତର ଆହତ ହୋଇଥିଲେ। ଗୁରୁତର ରୀମାଙ୍କୁ ପ୍ରଥମେ ବୁର୍ଲା ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତତ କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ଚିକିତ୍ସା ହେବା ପରେ ଘରକୁ ଫେରିଛନ୍ତି ରୀମା। ସେପଟେ ଏ ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ବଲାଙ୍ଗିର ଜେଲରେ ସଜା କାଟୁଛନ୍ତି।

Leave a Reply