ଶ୍ରେୟସ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ୬ ୱିକେଟରେ ଜିତିଲା ଭାରତ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ବିଜୟ ଅଭିଯାନରୁ ଆରମ୍ଭ ହେଲା ୨୦୨୦ ବର୍ଷର ପ୍ରଥମ ବିଦେଶ ଗସ୍ତ ମ୍ୟାଚ୍। ନ୍ୟୁଜଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନ୍ୟୁଜଲାଣ୍ଡ ବିପକ୍ଷ ପ୍ରଥମ ଟି ୨୦ ମ୍ୟାଚରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଏଥିସହ ଭାରତୀୟ ଟିମ ସିରିଜ ୧-୦ ରେ ଆଗୁଆ ରହିଛି।

ଟସ ଜିତି ନ୍ୟୁଜଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା ନ୍ୟୁଜଲାଣ୍ଡ। ଜବାବରେ ୨୦୪ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ପ୍ରାରମ୍ଭିକ ବ୍ୟାଟିଂ ଭଲ ହୋଇଥିଲେ ବି ରୋହିତ ଶର୍ମା କମ୍ ରନରେ ଆଉଟ୍ ହେବା ପରେ କୋହଲି ପାରି ସମ୍ଭାଳି ଥିଲେ।

କୋହଲି ଓ ରାହୁଲ ଯୋଡ଼ି ଧୂଆଁଧାର ବ୍ୟାଟିଂ କରି ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ। ପରେ ବଡ଼ ସର୍ଟ ଖେଳିବାକୁ ଯାଇ ରାହୁଲ ୫୬ ରନ କରି ଆଉଟ୍ ହୋଇଥିଲେ। ଏହାପରେ କୋହଲି ୪୫ ରନ କରି ପାଭିଲିଆନ୍ ଫେରି ଥିଲେ। ଏହାପରେ ଶ୍ରେୟସ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକିୟ ପାରି ଖେଳିଥିଲେ। ନାବାଦ ୫୮ ରନ କରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ ଆୟର। ୧୯ ଓଭରରେ ୪ ୱିକେଟ ହରାଇ ୨୦୪ ରନ ଲକ୍ଷ୍ୟ ହାସଲ କରିଥିଲା ଟିମ୍ ଇଣ୍ଡିଆ।

ନ୍ୟୁଜଲାଣ୍ଡ ପକ୍ଷରୁ କାଳୀନ ମୁନରୋ ୫୯, ବିଲିୟମସନ ୫୧ ଓ ନାବାଦ ୫୪ ରନ କରିଥିଲେ ରସ ଟେଲର। ଭାରତ ପକ୍ଷରୁ ବୁମାରହ, ଶାରଦୁଲ୍ ଠାକୁର, ଚହଳ, ଶିବମ ଦୁବେ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୨୯ ବଲରେ ୫୮ ରନ ବିସ୍ଫୋରକ ବ୍ୟାଟିଂ କରି ଥିବା ଶ୍ରେୟାସ ଆୟର ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।