ପାକିସ୍ତାନକୁ ବ୍ଲାକଲିଷ୍ଟ କଲା ଏଫଏଟିଏଫ୍

ଦେଶ ଓ ବିଦେଶରାଜନୀତି

ନବନୀତା ବ୍ୟୁରୋ । ପାକିସ୍ତାନକୁ ଲାଗିଲା ସବଠୁ ବଡ଼ ଝଟକା । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ନିୟନ୍ତ୍ରଣରେ ବିଫଳ ହେବା ପରେ ପାକିସ୍ତାନକୁ ବ୍ଲାକଲିଷ୍ଟ କରିଛି ଫାଇନାନସିଆଲ ଏକସନ ଟାକ୍ସ ଫୋର୍ସ (ଏଫଏଟିଏଫ୍) । ଭାରତୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଏଫଏଟିଏଫ୍ ଏସିଆ ପେସିିଫିକ୍ ଗୃପ ପାକିସ୍ତାନକୁ ଗ୍ଲୋବାଲ ଦର୍ଶାଇବାରେ ବିଫଳ ହେବା ପରେ ବ୍ଲାକଲିଷ୍ଟ କରାଯାଇଛି । ପାକିସ୍ତାନ ଧନ ଶୋଧନ ଓ ଆତଙ୍କବାଦକୁ ଫଣ୍ଡିଂ ସମ୍ବନ୍ଧୀୟ ୪୦ ଅନୁପାଳନ ମାନକ ମଧ୍ୟରୁ ୩୨ଟିର ପାଳନ କରିନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଏଫଏଟିଏଫ୍ ।

ଅଧିକାରୀଙ୍କ ସୂଚନା ଅନୁସାରେ ଅଷ୍ଟ୍ରେଲିଆର କୈନବରାଠାରେ ଏପିଜି ବୈଠକ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନରେ ଆତଙ୍କୀ ସଂଗଠନକୁ ଫଣ୍ଡିଂ ମାମଲା ନେଇ ଏଠାରେ ଦୁଇ ଦିନିଆ ଏପିଜି ଚାଲିଥିଲା । ବୈଠକରେ ପାଖାପାଖି ୭ ଘଂଟାରୁ ଅଧିକ ସମୟ ଆଲୋଚନା ପରେ ପାକିସ୍ତାନ ବିରୋଧରେ ଏହି ନିଷ୍ପତି ଆସିଥିଲା । ଏସିଆ ପେଶିଫିକ୍ ଗୃପ ପାକିସ୍ତାନକୁ ଆତଙ୍କୀ ଫଣ୍ଡିଂ ମାନକୁ ପୁରା କରିବାରେ ବିଫଳ ହେବାରୁ ବ୍ଲାକ୍ ଲିଷ୍ଟ କରାଯାଇଛି । ଏପିଜିର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ଅର୍ଥବ୍ୟବସ୍ଥା ଉପରେ ସଂକଟ ଦେଖା ଦେଇଛି । ଯଦି ଏଫଏଟିଏଫ୍ ବି ଏପିଜି ନିଷ୍ପତି ଉପରେ ନିଜର ମୋହର ମାରିବ ତାହେଲେ ପାକିସ୍ତାନର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡିବ । ଏପରିକି ବିଦେଶୀ ଓ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସଂସ୍ଥା ପାକିସ୍ତାନକୁ ଋଣ ଦେବା ବନ୍ଦ କରି ଦେବ ।

Leave a Reply