ନବନୀତା ବ୍ୟୁରୋ । ଜନ୍ମାଷ୍ଟମୀ ଉତ୍ସବ ବେଳେ ଅଘଟଣ । ପଂଚିମବଂଗରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଭୁଶୁଡ଼ି ପଡ଼ିଲା ମନ୍ଦିରର ପାଚେରୀ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ପଶ୍ଚିମବଂଗ ଉତର ୨୪ ପରଗାନାର କଚୁଆ କ୍ଷେତ୍ରରେ ଘଟିଛି ଏଭଳି ଅଘଟଣ । ଜନ୍ମାଷ୍ଟମୀ ଲାଗି ଯେଉଁ ମନ୍ଦିରରେ ଶ୍ରଦ୍ଦାଳୁମାନେ ଏକଜୁଟ ହୋଇଥିଲେ ସେ ମନ୍ଦିରର ପାଚେରୀ ଭୁଶୁଡ଼ି ପଡିଛି । ଏହି ଅଘଟଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ଜଣା ପଡିଛି ।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଏକ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ ଯେତେବେଳେ ମନ୍ଦିରର ପାଚେରୀ ଭୁଶୁଡ଼ି ପଡିଲା ସେତେବେଳେ ଚଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ନିଜ ଜୀବନ ବଂଚାଇବା ପାଇଁ ଲୋକେ ଯିଏ ଯୁଆଡ଼େ ଦୌଡ଼ିଥିଲେ । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେହଳେ ୨୭ ଜଣ ଆହତ ହୋଇଥିଲେ । ଆହତ ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତି କରାଯାଇଛି ।
