ହେଲିକପଟର କ୍ରାସ ମାମଲାରେ ୫ ଆଇଏଫ୍ ଅଧିକାରୀ ଦୋଷୀ

ଅପରାଧଦେଶ ଓ ବିଦେଶ

ନବନୀତା ବ୍ୟୁରୋ । ଏମଆଇ-୧୭ ହେଲିକପଟର କ୍ରାସ ମାମଲା । ଏହି ଘଟଣାରେ ବାୟୁସେନାର ୫ ଅଧିକାରୀଙ୍କୁ ଦୋଷୀ କରାଯାଇଛି । ଗତ ଫେବୃୟାରୀ ୨୭ ତାରିଖରେ ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଳାରେ ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପଟର କ୍ରାସ୍ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଏକ ପିସ୍ତଲ ପାଇଥିଲେ । ଏହି ପିସ୍ତଲକୁ ଲୋକେ ପୋଲିସକୁ ହସ୍ତାନ୍ତର କରିଥିଲେ ।

ସୂଚନା ଅନୁସାରେ, ବଡଗାମ ଜିଲ୍ଲାର କଳା ଗାଁରେ ଆଇଏଫଏର ଏକ ଏମଆଇ-୧୭ ହେଲିକପଟର କ୍ରାସ ହୋଇଥିଲା । ଘଟଣାରେ ୬ ଆଇଏଫ ଯବାନ ସହ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଯାଂଚ ପରେ ୫ ଆଇଏଫ୍ ଅଧିକାରୀଙ୍କୁ ଦୋଷାରୋପ କରାଯାଇଛି ।