ୟୁନେସ୍କୋରେ ଭାରତୀୟଙ୍କୁ ସମ୍ବୋଧନ କଲେ ମୋଦି

ଦେଶ ଓ ବିଦେଶରାଜନୀତି

ନବନୀତା ବ୍ୟୁରୋ । ଫ୍ରାନ୍ସର ରାଜଧାନୀ ପେରିସରେ ଜି-୭ ସମ୍ମିଟରେ ଭାଗ ନେବାକୁ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତା ପୂର୍ବରୁ ଶୁକ୍ରବାର ୟୁନେସ୍କୋରେ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ଯେତେବେଳେ ମୋଦି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଂଚିଲେ, ସେତେବେଳେ ଲୋକେ ମୋଦି ମୋଦି ନାରା ଲଗାଇଥିଲେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ବୁଝିନଥିଲେ । ହେଲେ ପ୍ରଥମେ ରାଷ୍ଟ୍ରଗାନ ହେବ ବୋଲି ମୋଦି କରିବା ପରେ ଲୋକେ ଶାନ୍ତ ହେଇଥିଲେ ।

ଏ ଅବସରରେ ମୋଦି କାଶ୍ମୀର ଓ ଧାରା ୩୭୦ ଉଚ୍ଛେଦ ଉପରେ ଇଶାରା କରି ମୋଦି କହିଥିଲେ, ଏବେ ଦେଶରେ ଟେଂପରାରିର କୌଣସି ଜାଗା ନାହିଁ । ଗାନ୍ଧି ଓ ବୁଦ୍ଧର ଦେଶରେ ଟେଂପରାରିକୁ ହଟାଇବା ଲାଗି ୭୦ ବର୍ଷ ଲାଗିଗଲା । ଏଥିସହ ଫ୍ରାନ୍ସ ଓ ଭାରତ ଉଭୟ ଦେଶର ସଂପର୍କ ମିତ୍ରତାରୁ ବି ଉପରେ ବୋଲି ମୋଦି କହିଥିଲେ । ଏହାର ଅର୍ଥ ହେଉଛି ସୁଖ ଦୁଖ ସମୟରେ ଭାଗିଦାରି ହେବା । ଏପରିକି ଫ୍ରାନସ ଫୁଟବଲ ଚଂପିଅନ ହେବା ପରେ ଭାରତରେ ବି ଜୋରସୋର ସେଲିବ୍ରେସନ ହୋଇଥିଲା ।

ଜନ୍ମାଷ୍ଟମୀ ଅବସରରେ ମୋଦି ଲୋକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ମୋଦି କହିଥିଲେ, ଗଣପତି ମହୋତ୍ସବ ପେରିସରେ ସାଂସ୍କୃତିକ କ୍ୟାଲେଣ୍ଡରର ଏକ ମୁଖ୍ୟ ବିଶେଷତା ହୋଇ ଯାଇଛି । ଆଉ କିଛି ଦିନ ପରେ ଏଠାକାର ଲୋକ ଗଣେଶ ଚତୁର୍ଥୀ ପାଳନ କରିବେ ଏବଂ ପେରିସର ରାସ୍ତାଘାଟ ଗଣପତି ମୋରୟା ନାରାରେ ପ୍ରକଂପିତ ହେବ । ଫ୍ରାନସରେ ବସବାସ କରୁଥିବା ସମସ୍ତ ଭାରତୀୟଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ କହିଥିଲେ ।

ରିଫର୍ମ, ପରଫର୍ମ ଓ ଟ୍ରାନଫର୍ମ ନାରା ଦେଇ ମୋଦି କହିଥିଲେ, ଦେଶ ଏବେ ଏହି ରାସ୍ତା ଦେଇ ଚାଲୁଛି । ଏବଂ ଖୁବଶୀଘ୍ର ଲକ୍ଷ୍ୟ ପୂରଣ ହୋଇଯିବ ବୋଲି ସେ କହିଥିଲେ । ଆଜି ୨୧ ଶତାଦ୍ଦୀରେ ଇନଫ୍ରାର କଥା ସମସ୍ତେ କହୁଛୁ । ମୋ ମତରେ ଇନଫ୍ରାର ମତବଲ ଭାରତ ଓ ଫ୍ରାନସ ମଧ୍ୟରେ ଗଠବନ୍ଧନ ।ମୋଦି ଆହୁରି କହିଥିଲେ ଯେ, ଭାରତରେ ଭ୍ରଷ୍ଟାଚାର, ତିନ ତଲାକ ଓ ଭାଇ ଭତିଜାବାଦଙ୍କ ଲାଗି କୌଣସି ଜାଗା ନାହିଁ । ଆମ ସରକାର ଏହା ଉପରେ ରୋକ ଲଗାଇଛି । ଜନାଦେଶ କେବଳ ସରକାର ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କୁ ସେବା କରିବା ଲାଗି ମିଳିଥିବା ମୋଦି କହିଥିଲେ । ଏ ଅବସରରେ ପେରିସରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ଶ୍ରଦ୍ଦାଞ୍ଜଳି ଦେଇଥିଲେ ।

ଫ୍ରାନସ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଏଡୱର୍ଡ ଚାଲର୍ସ ଫିଲିପଙ୍କୁ ସାକ୍ଷାତ କରିଥିଲେ ମୋଦି । ଏହା ପୂର୍ବରୁ ଗୁରବାର ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରାନସ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଙ୍କୁ ଭେଟିଥିଲେ । ଏଥିସହ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା । ଫ୍ରାନ୍ସ ଗସ୍ତ ସାରି ମୋଦି ୟୁଏଇରେ ପହଂଚିଛନ୍ତି।