ଲକ୍ ଡାଉନରେ ଜମୁଛି ଅନଲାଇନ୍ ଗଳ୍ପ ଓ କବିତା ପାଠୋତ୍ସବ, ଭାଗ ନେଲେ ବହୁ ବିଶିଷ୍ଟ ସାହିତ୍ୟିକ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଲକ୍ ଡାଉନ୍ ରେ ଜମୁଛି ଅନ୍ ଲାଇନ୍ କବିତା ଆସର। ଏବେ କରୋନା ଭୂତାଣୁରେ ସାରା ଦେଶ ଯୁଝୁ ଥିବା ବେଳେ ଏଭଳି ଜଟିଳ ପରିସ୍ଥିତିରେ ମନକୁ ହାଲୁକା ଓ ଫୁର୍ତ୍ତି କରିବା ପାଇଁ ଅଧିକରୁ ଅଧିକ ସାହିତ୍ୟିକଙ୍କୁ ଯୋଡିବା ଲାଗି ଅଭିନବ ଉଦ୍ୟମ ଚଳାଇଛନ୍ତି ଅନେକ ସଂଗଠନ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଏବେ ଚାଲିଛି ଅନ୍ ଲାଇନ୍ ସାହିତ୍ୟ ଚର୍ଚ୍ଚା।

ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା’ ତପସ୍ୟା ଫାଉଣ୍ଡେସନ ‘ ପକ୍ଷରୁ ଏକ ତ୍ରିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ଓ ଭାରତ ବାହାରେ ରହୁଥିବା ଗାଳ୍ପିକ ଓ କବିମାନେ ଅଂଶ ଗ୍ରହଣ କରିଥିଲେ।

ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥିରେ ବ୍ରିଟେନ, ଆମେରିକା, ନରଓ୍ବେରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସମେତ ନୂଆଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଳୁରୁ, ରାଞ୍ଚିର ଲେଖକ, ଲେଖିକାମାନେ ସ୍ବରଚିତ ଅଣୁ ଗଳ୍ପ ଓ କବିତା ପାଠ କରିଥିଲେ। ଅନ୍ୟ ପକ୍ଷରେ ଓଡ଼ିଶାର ଭବାନୀପାଟଣା, ଭୁବନେଶ୍ୱର, ଖୋର୍ଦ୍ଧା, ଜାରକା, ବାଲେଶ୍ଵର ଓ ଭଦ୍ରକ ଆଦି ସ୍ଥାନରୁ ଲେଖକମାନେ ଅଂଶ ଗ୍ରହଣ କରିଥିଲେ। ଆସରରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ଅଣୁ ଗଳ୍ପ ଓ କବିତା ପାଠ କରାଯାଇଥିଲା।

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାହିତ୍ୟିକମାନଙ୍କ ମଧ୍ୟରେ ଥିଲେ, ଗ୍ଲାସଗୋରୁ ଗାର୍ଗୀ ସରକାର, ନରୱେରୁ ଈନ୍ଦର ରିଷି, ଲଣ୍ଡନରୁ ପ୍ରାଚୀ ଗର୍ଗ, ସିନସିନାଟି ( ଆମେରିକା)ରୁ ଦେବାଶିଷ କାନୁନଗୋ, ବେଙ୍ଗାଳୁରୁରୁ ପଙ୍କଜ ଗୁପ୍ତା, ରାଞ୍ଚିରୁ ରାଜେନ୍ଦ୍ର ତିବାରି ଓ ବୀଣା ଶ୍ରୀବାସ୍ତବ, ଲକ୍ଷ୍ନୌରୁ ସୟଦ ମୁସାନା, ନୂଆଦିଲ୍ଲୀରୁ ନିଧୀଶ ତ୍ୟାଗୀ, ନୂଆଦିଲ୍ଲୀରୁ ନିଖିଳେଶ ମିଶ୍ର, ମୌସୁମୀ ଦାସ; ମୁମ୍ବାଇରୁ ସତ୍ୟବ୍ରତ ମହାପାତ୍ର।

ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭୀମ ପୃଷ୍ଟି, ଚିରଶ୍ରୀ ଇନ୍ଦ୍ରସିଂ, ସଞ୍ଜୟ ପଣ୍ଡା, ଦେବଯାନୀ ଦାସ, ପ୍ରଭାତ ନଳିନୀ ମହାପାତ୍ର, ଅମିୟ ବେଜ, ତପନ ମହାପାତ୍ର, ହିରଣ୍ମୟୀ ମିଶ୍ର, ଡିଲେଶ୍ବର ରଣା, ସୁଧୀର କୁମାର ଧାଙ୍ଗଡାମାଝୀ, ମୋନାଲିସା ମିଶ୍ର , କମଳେଶ ମିଶ୍ର, ଶକ୍ତି ମହାନ୍ତି, ପବିତ୍ର ମୋହନ କର, ଆଦ୍ୟାଶା ଦାସ ଏବଂ ସୁରେଖା ମହାପାତ୍ର ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ।