ଲାନ୍ଥ ନଦୀ ବ୍ରିଜରେ ଦୁର୍ଘଟଣା: ଜଣେ ମୃତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବ୍ରିଜ ନେଲା ଜୀବନ। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ଥିବା ଲାନ୍ଥନଦୀ ବ୍ରିଜ ଉପରେ ଘଟିଛି ଦୁର୍ଘଟଣା। ଏଥିରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ। ପୋଲିସ ଘଟଣାର ଛାନଭିନ ଚଳାଇଛି।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସାଢ଼େ ୭ଟା ସମୟରେ ସଇଁତଲା ପଟରୁ ହିରୋ ବାଇକରେ ଜଣେ ଯୁବକ ବରଗାଁ ପଟରୁ ଯାଉଥିଲେ। ହେଲେ ବ୍ରିଜ ମଝିରେ ବାହାରିଥିବା ଲୁହାରେ ବାଇକ ପିଟି ହୋଇଥିଲା।  ଫଳରେ ସେ ଭାରସାମ୍ୟ ହରାଇ ଅନ୍ୟପଟୁ ଆସୁଥିବା ଏକ ଚାରି ଚକିଆ ଗାଡ଼ିରେ ଧକ୍କା ହେବାରୁ ଯୁବକଙ୍କ ମୁଣ୍ଡ ଫାଟି ଯାଇଥିଲା।

ଖବର ପାଇ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଓ ପୋଲିସକୁ ସୂଚନା ଦେଇଥିଲେ।  ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏଯାଏ ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସଇଁତଲା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।