ଏନ୍ଏନ୍ ବ୍ୟୁରୋ। ଶପଥ ନେଲେ ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଛନ୍ତି। ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୀତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ସୁଶାନ୍ତ ସିଂ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ବିଧାନସଭାର ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ, ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜେଡ଼ି ପୁଣି ଆସନ ଅକ୍ତିଆର କରିଛି। ସ୍ବର୍ଗତ ବିଜୟ ରଞ୍ଜନ ବରିହାଙ୍କ କନ୍ୟା ବର୍ଷା ବରିହା ନିର୍ବାଚନରେ ବିଜୟୀ ହେବା ସହ ବାପାଙ୍କ ଅଧୁରା ସ୍ବପ୍ନ ସାକାର କରିବା ପାଇଁ କହିଛନ୍ତି। ଏବଂ ବିଧାୟିକା ଭାବେ ବିଜୟୀ ହେବା ପରେ ଆଜି ଶପଥ ମଧ୍ୟ ନେଇଛନ୍ତି।
