ନାଲକୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ଦାୟିତ୍ଵ ନେଲେ ବିଜୟ କୁମାର ଦାସ

ଓଡ଼ିଶାବ୍ୟବସାୟ

ଏନ୍ଏନ୍ ବ୍ୟୁରୋ। ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବରେ ବିଜୟ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଶ୍ରୀଦାସ ନିଗମ କାର୍ଯ୍ୟାଳୟଠାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ) ଭାବରେ କାର୍ଯ୍ୟ କରି ଆସୁଥିଲେ।
ଆର.ଇ.ସି, ରାଉରକେଲା (ବର୍ତ୍ତମାନର ଏନ.ଆଇ.ଟି.)ରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଶ୍ରୀଦାସ 1984 ମସିହାରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ଭାବେ ନାଲକୋରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।ଅନୁଗୁଳ ସ୍ଥିତ ନାଲକୋର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ବିଭିନ୍ନ ପଦପଦବୀରେ ସେ ପ୍ରକଳ୍ପ ପ୍ରାରମ୍ଭରୁ କାର୍ଯ୍ୟ କରି ଆସୁଥିଲେ। ତତପଶ୍ଚାତ ନିଗମ କାର୍ଯ୍ୟାଳୟରେ ମହାପ୍ରବନ୍ଧକ (ବିଜିନେସ୍ ଡଭଲପମେଣ୍ଟ୍) ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିବା ପରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ)ଭାବେ କାର୍ଯ୍ୟ କରି ଆସୁଥିଲେ।

ନାଲକୋରେ ତାଙ୍କର ଦୀର୍ଘ ତିନିଦଶନ୍ଧିରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ତଥା ନବୀକରଣ ଶକ୍ତି ପ୍ରକଳ୍ପକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।ସେ ନିର୍ଦ୍ଦେଶକ (ଉତ୍ପାଦନ) ଭାବରେ ଯୋଗ ଦେବା ସହିତ ନାଲକୋର ପରିଚାଳନା ପରିଷଦ ଆହୁରି ମଜବୁତ ହୋଇପାରିଛି।

Leave a Reply