ଏନ୍ଏନ୍ ବ୍ୟୁରୋ। ଖୋର୍ଦ୍ଧା ‘ଲ’ କଲେଜର ନୂତନ ପ୍ରିନ୍ସପାଲ ଭାବେ ଦାୟିତ୍ୱ ଗ୍ରହଣ କଲେ ଡ. ନିରଞ୍ଜନ ପରିଡ଼ା । ଡ. ପରିଡ଼ା ଏହାପୂର୍ବରୁ କ୍ୟାପିଟାଲ୍ ‘ଲ’ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ । ଡ. ପରିଡ଼ାଙ୍କର ଏହା ସହ ଅନେକ ଅନୁଷ୍ଠାନରେ ଶିକ୍ଷାଦାନ କରିବାର ଅଭିଜ୍ଞତା ଅଛି । ତାସହ ସେ ଗବେଷଣାରେ ପିଏଚ୍ଡି ଲାଭ କରିଛନ୍ତି । ତାଙ୍କର ୧୪ରୁ ଅଧିକ ଗବେଷଣା ନିବନ୍ଧ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମନୋନୀତ ଓ ପ୍ରକାଶିତ । ସେ ମଧ୍ୟ ଅନେକ ଗୁଡ଼ିଏ ସେମିନାରରେ ନିଜର ଦକ୍ଷତା ପରିପ୍ରକାଶ କରି ନିଜର ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରିଛନ୍ତି ।
ଖୋର୍ଦ୍ଧା ‘ଲ’ କଲେଜ କିଭଳି ଆଇନ ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ ଏବଂ ଏହାର ଗୌରବ ରକ୍ଷା କରିବା ସେ ବିଷୟରେ ସେ ପ୍ରଥମେ ଦୃଷ୍ଟି ଦେବେ । ବୁଧବାର ବିଧିବଦ୍ଧ ଭାବରେ ଅନୁଷ୍ଠାନ ତରଫରୁ ସେକ୍ରେଟାରୀ ସୁଧୀର ମାନସିଂହ ତାଙ୍କୁ ସ୍ୱାଗତ କରିଛନ୍ତି ।
