ଆନନ୍ଦ ସାହୁଙ୍କ ଗଦା ଗଦା ଜୀବନ ଉନ୍ମୋଚିତ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ବିଶିଷ୍ଟ କବି ତଥା ସାମ୍ବାଦିକ ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ ହୋଇଛି। କୋଶଳ ପ୍ରବାହ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସୁନାମଧନ୍ୟ କବି ଭାଗିରଥୀ ମିଶ୍ର, ସାହିତ୍ୟିକ ସନାତନ ଠାକୁର, ପୁସ୍ତକର ପ୍ରକାଶକ ପ୍ରସନ୍ନ କୁମାର ଗିରି, କବି ଶ୍ରୀ ସାହୁ, କୋଶଳ ପ୍ରବାହର ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ, ସାମ୍ବାଦିକ ଗୋପାଳ ପ୍ରଧାନ, ଯୁବ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ରତ୍ନମୟ ତ୍ରିପାଠୀ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ।

ଶହେଟି କବିତାକୁ ନେଇ ସଂକଳିତ ହୋଇଥିବା ୧୯୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକକୁ ଦେବଶ୍ରୀ ପବ୍ଲିକେସନ୍‌ ପ୍ରକାଶିତ କରିଛି। ତେବେ ଏହି ଓଡ଼ିଆ କବିତା ପୁସ୍ତକ ଆଗାମୀ ସମୟରେ ନିଜର ବଳିଷ୍ଠତା ଜାହିର୍‌ କରି ପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିରେ କୋଶଳ ପ୍ରବାହ’ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର, ବିଜ୍ଞାପନ ଅଧିକାରୀ ଶମ୍ଭୁନାଥ ସାହୁ ସଭା ଆୟୋଜନରେ ମୁଖ୍ୟ ଭୂମିକା ନେଇଥିଲେ।

Leave a Reply