ନାଲକୋର ମେକାନାଇଜଡ୍ ସୋ ଇନଗଟର ବଜାର ପ୍ରବେଶ

ଓଡ଼ିଶାବଡ଼ ଖବରବ୍ୟବସାୟ

ଏନ୍ଏନ୍ ବ୍ୟୁରୋ I ନାଲକୋର ମେକାନାଇଜଡ୍ ସୋ ଇନଗଟର ବଜାର ପ୍ରବେଶ I ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼(ନାଲକୋ) ପ୍ରଡକ୍ଟ ପୋର୍ଟଫୋଲିଓକୁ ଅଧିକ ମଜବୁତ ଓ ସୁବିସ୍ତୃତ କରିବା ଜାରି ରଖିଛି। ଅତୀତରେ “ସ୍ୱତନ୍ତ୍ର ଗୁଣଯୁକ୍ତ ମେକାନାଇଜଡ୍ ସୋ ଇନଗଟର” ସଫଳ ପରୀକ୍ଷଣ ପରେ, କମ୍ପାନୀ ଘରୋଇ ବଜାରରେ ଏହି ବହୁମୁଖୀ ଉତ୍ପାଦର ବାଣିଜ୍ୟିକ ବିକ୍ରୟ ଆରମ୍ଭ କରିଛି। ନାଲକୋର ଅନଗୁଳ ସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟରେ ଏହି ଉତ୍ପାଦର ପ୍ରଥମ କନସାଇନମେଣ୍ଟ, କମ୍ପାନୀର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିୟ କୁମାର ସ୍ଵାଇଁଙ୍କ ଦ୍ଵାରା ଶୁଭାରମ୍ଭ ହେବା ପରେ ବଜାରକୁ ପ୍ରେରଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ନାଲକୋ ଦ୍ଵାରା ପ୍ରସ୍ତୁତ ମେକାନାଇଜଡ୍ ସୋ ଇନଗଟ, ଖାଦ ମୁକ୍ତ ହୋଇଥିବା ସହ ଏଥିରୁ ପ୍ରସ୍ତୁତ ଉତ୍ପାଦ ଅଧିକ ମସୃଣ ଓ ଗୁଣାତ୍ମକ ହୋଇଥାଏ। ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଏମ.ଏସ.ଏମ.ଇ ଗୁଡ଼ିକ ପାଇଁ ଏହି ଉତ୍ପାଦ ବିଶେଷ ଭାବେ ଲାଭଦାୟକ ହୋଇପାରିବ। ଏହି ସ୍ୱତନ୍ତ୍ର ମେକାନାଇଜଡ୍ ସୋ ଇନଗଟ ଖଣ୍ଡ ପ୍ରତି ୬୫୦ କି.ଗ୍ରା. (+/-୫୦ କି.ଗ୍ରା.) ଓଜନରେ ଉପଲବ୍ଧ ଅଟେ। ଉଭୟ ଘରୋଇ ତଥା ଆନ୍ତର୍ଜାତୀୟ ବଜାରରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ଏହି ଉତ୍ପାଦ ବହୁ ମାତ୍ରାରେ ସହାୟକ ହୋଇପାରିବ।

Leave a Reply