ଭିଜିଲାନ୍ସ ଜାଲରେ DPC ଅଫିସ’ର ମହିଳା ଅଧିକାରୀ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ଲାଞ୍ଚ ହେଲା କାଳ I 31 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ମହିଳା ଅଧିକାରୀ I ବଲାଙ୍ଗିର DPC ଅଫିସର ଜେଣ୍ଡର କୋଡ଼ିନେଟର ପୁଷ୍ପାଙ୍ଗିନୀ ଯୋଶୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି I ଜଣେ ପ୍ରଧାନ ଶିକ୍ଷକଙ୍କ ବିଲ଼୍ ଆଡଜଷ୍ଟ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଷ୍ପାଙ୍ଗିନୀ ଯୋଶୀ I ଭିଜିଲାନ୍ସ ସୂଚନା ଅନୁସାରେ, ମହିଳା ଅଧିକାରୀ ଜଣକ ବିଲ ଆଡଜଷ୍ଟ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ 31 ହଜାର ଟଙ୍କା ଦାବି କରିଥିଲେ l ଏନେଇ ପ୍ରଧାନ ଶିକ୍ଷକ ଭିଜିଲାନ୍ସକୁ ଜଣାଇଥିଲେ I ଏବଂ ଯୋଜନା ମୁତାବକ ଆଜି ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଜେଣ୍ଡର କୋଡ଼ିନେଟର ପୁଷ୍ପାଙ୍ଗିନୀ ଯୋଶୀଙ୍କୁ ରେଡ ହେନଡେଡ ଧରିଛି ଭିଜିଲାନ୍ସ I ଲାଞ୍ଚ ଟଙ୍କା ଜବତ ସହ ତାଙ୍କୁ ଗିରଫ କରି ଭିଜିଲାନ୍ସ ଅଫିସକୁ ନିଆଯାଇଛି I ଏବଂ ଘଟଣାର ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ I ପଚରାଉଚରା ପରେ କୋର୍ଟ ଫରୱାର୍ଡ କରାଯିବ ବୋଲି ଭିଜିଲାନ୍ସ ଡିଏସ୍ପି ପୁଲସ୍ତୀ ଛତ୍ରୀଆ ସୂଚନା ଦେଇଛନ୍ତି I

Leave a Reply