କଟକ ନିର୍ଗୁଣ୍ଡିରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ, କୁହୁଡି ଓ ସିଗ୍ନାଲ ତ୍ରୁଟି ଯୋଗୁଁ ଘଟିଲା ଦୁର୍ଘଟଣା

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ, ପୁଣି ଟ୍ରେନ୍ ଦୁର୍ଘଟଣାଗସ୍ତ। କଟକ ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ଯୋଗୁଁ ଟ୍ରେନର ୭ ଅଧିକ ବହି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏଥିରେ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ହେଲେ ଗୁରୁତର ୬ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। କୁହୁଡି ଯୋଗୁଁ ଷ୍ଟେସନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ପଛ ପଟରୁ ଏଲଟିଟି ଏକ୍ସପ୍ରେସ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ,ସକାଳ ୬.୩୦ ମିନିଟରେ ଘନ କୁହୁଡି ଯୋଗୁଁ ମୁମ୍ବାଇ ଏଲଟିଟି ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ (୧୨୮୭୯) କଟକ ନିର୍ଗୁଣ୍ଡୀ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ଯୋଗୁଁ ଟ୍ରେନର ୭ଟି ବଗି ଲାଇନଚ୍ୟୁତ ହୋଇଛି। ସ୍ଥାନୀୟ ଲୋକେ ଖବର ପାଇ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିଶମ କର୍ମଚାରୀ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବି ଦୁର୍ଘଟଣା ଘଟିବାର ଦୁଇ ଘଣ୍ଟା ପରେ ମଧ୍ୟ ରେଳ ବିଭାଗ କର୍ମଚାରୀ ପହଞ୍ଚି ପାରି ନାହାନ୍ତି। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ରେଳ ବିଭାଗ କେତେ ତତ୍ପର।

ଦୁର୍ଘଟଣା ଘଟିବାର ୨ ଘଣ୍ଟାରୁ ଅଧିକ ସମୟ ହେଲାଣି, ହେଲେ ରେଳ ବିଭାଗ କର୍ମଚାରୀ ଏଯାଏ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି। ଦୁର୍ଘଟଣା ଯୋଗୁଁ ଯାତ୍ରୀ ହନ୍ତସନ୍ତ ହେଉ ଥିବା ବେଳେ ରେଳ ବିଭାଗ କର୍ମଚାରୀ ନିଘୋଡ଼ ନିଦରେ ଶୋଇଛନ୍ତି। କୁହୁଡି ଓ ସିଗ୍ନାଲ ତ୍ରୁଟି ଯୋଗୁଁ ଟ୍ରେନ ଦୁର୍ଘଟଣା ହୋଇଥିଲେ ବି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାରି ନାହାନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଯାତ୍ରୀଙ୍କ ପ୍ରତି ରେଳ ବିଭାଗ କର୍ମଚାରୀଙ୍କ ଦରଦ କେତେ?