ଖେଲୋ ଇଣ୍ଡିଆ ୟୁନିଭରସିଟି ଖେଳ ଉଦ୍ଘାଟିତ, ମୋଦୀ କହିଲେ – ଖେଳ ଇତିହାସରେ ଏହା ଐତିହାସିକ ରଙ୍ଗମଞ୍ଚ

ଓଡ଼ିଶାଖେଳଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ ଖେଳର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ମୋଦୀ ଏହି ଖେଳର ଶୁଭାରମ୍ଭ କରିଛନ୍ତି। ଦେଶର ୧୫୯ ବିଶ୍ଵବିଦ୍ୟାଳୟର ୩୪୦୦ରୁ ଅଧିକ ଖେଳାଳି ୧୭ଟି ଖେଳ ବିଭାଗରେ ଅଂଶ ଗ୍ରହଣ କରିବେ। ଏଥିରେ ରଗବୀ ମଧ୍ୟ ସାମିଲ୍ ଅଛି।

ଖେଳର ଶୁଭାରମ୍ଭ ଘୋଷଣା କରିବା ଅବସରରେ ମୋଦୀ କହିଛନ୍ତି ଯେ, ଭାରତୀୟ ଖେଳ ପାଇଁ ଏହା ଏୈତିହାସିକ ମୁହୂର୍ତ୍ତ । ଏଥିସହ ମୋଦୀ ଆହୁରି କହିଛନ୍ତି ଯେ, ଦେଶର ଖେଳ ଜଗତରେ କ୍ରାନ୍ତି ଆଣିବାରେ ଏହା ଅଲଗା ପାହାଚ ସାବ୍ୟସ୍ତ କରିବ। ଆଜି ଓଡିଶାରେ ନୂଆ ଇତିହାସ ସୃଷ୍ଟି କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ବିଶ୍ଵର ସେହି ଲିଗରେ ସାମିଲ୍ ହୋଇଗଲା ଯେଉଁଠି ଏହି ସ୍ତରୀୟ ବିଶ୍ଵବିଦ୍ୟାଳୟ ଖେଳର ଆୟୋଜନ ହୋଇଥାଏ।

କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଖେଳ ମନ୍ତ୍ରୀ କିରନ୍ ରେଜିଜୁ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଦୃତ ଧାବିକା ଦୂତି ଚାନ୍ଦ ଏହି ଖେଳରେ ଅଂଶ ଗ୍ରହଣ କରିଛନ୍ତି। ସେ ଆୟୋଜକ ଆଇଆଇଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରିବେ।

ଦୂତି ବ୍ୟତୀତ ଅନ୍ୟ ପ୍ରତିଭାଶାଳୀ ଖେଳାଳି ମଧ୍ୟ ଏଥିରେ ସାମିଲ ହେବେ। ମେଙ୍ଗଲୁର ବିଶ୍ଵବିଦ୍ୟାଳୟ ତ୍ରିକୂଟର ଅାଥଲେଟ୍ ଜୟ ଶାହା, ଦୃତ ଧାବକ ନରେନ୍ଦ୍ର ପ୍ରତାପ ସିଂହ, ପୁନେ ବିଶ୍ଵବିଦ୍ୟାଳୟର ଦୃତ ଧାବିକା କୋମଳ ଜଗଦାଲେ ଓ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଧାବିକା ୱାଇ ଜ୍ୟୋତି ମଧ୍ୟ ସାମିଲ୍ ଅଛନ୍ତି।

Leave a Reply