ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେନାକୁ ସଲାମ କଲେ ମୋଦୀ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଆଲୋକର ପର୍ବ ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏ ଅବସରରେ ମୋଦୀ ସମସ୍ତଙ୍କୁ ଦୀପାବଳୀ ପର୍ବର ଶୁଭକାମନା ଜଣାଇଛନ୍ତି। ଦୀପାବଳୀକୁ ଆଶାପୂର୍ବକ୍ ଭାବେ ବିସ୍ତାର କରିବାକୁ ଉଦ୍ୟମ କରିବା ସହ ନିଜ ଭିତରେ ଥିବା ଶତ୍ରୁତା ଭାବନାକୁ ଶେଷ କରିବାକୁ ମୋଦୀ କହିଛନ୍ତି। ମୋଦୀ ଆହୁରି କହିଛନ୍ତି ଯେ, ଆଜିକାର ଦୁନିଆରେ ଅନେକ ଦେଶରେ ଦୀପାବଳୀ ପାଳନ କରାଯାଉଛି। ବିଶେଷ କରି ଏଥିରେ କେବଳ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ ଅନେକ ଦେଶର ସରକାର ଓ ସେଠାକାର ନାଗରିକମାନେ ମଧ୍ୟ ସାମିଲ ହୁଅନ୍ତି।

ମୋଦୀ ଏ ଅବସରରେ ସିୟାଚିନ୍ ହିମାବହ ଉପରେ ଚାଲିଥିବା ସ୍ଵଛ ଅଭିଯାନକୁ ପ୍ରଶଂସା କରିଥିଲେ। ଆମ ସୈନିକ କେବଳ ସୀମା ର ସୁରକ୍ଷା କରନ୍ତି ନି ବରଂ ସ୍ୱଚ୍ଛ ସିୟାଚିନ୍ ଅଭିଯାନ ବି ଚଳାଇଛନ୍ତି। ଏହି ପ୍ରତିବଦ୍ଧତା ପାଇଁ ମୁଁ ଭାରତୀୟ ସୈନିକକୁ ସଲାମ କରୁଛି। ଏଭଳି ସ୍ଥିତିରେ ଆବର୍ଜନାକୁ ପୃଥକ୍ କରିବା ଓ ତାର ପରିଚାଳନା ସୁନିଶ୍ଚିତ କରିବା ନିଜ ନିଜ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମୋଦୀ କହିଛନ୍ତି।

ସାରା ବିଶ୍ବରେ ଫେଷ୍ଟିଭାଲ ଟୁରିଜିମର ନିଜସ୍ଵ ଆକର୍ଷଣ ରହିଛି। ହେଲେ ଆମ ଭାରତ ଉତ୍ସବର ଦେଶ, ଯେଉଁଥିରେ ଫେଷ୍ଟିଭାଲ ଟୁରିଜିମର ଅପାର ସମ୍ଭାବନା ରହିଛି। ହୋଲି, ଦୀପାବଳୀ, ଓନମ୍, ପୋଙ୍ଗଲ,ବିହୁ ଆଦି ପର୍ବର ପ୍ରଚାର ପ୍ରସାର କରିବା ସହ ଉତ୍ସବର ଖୁସିରେ ଅନ୍ୟ ରାଜ୍ୟ ତଥା ଦେଶର ଲୋକଙ୍କୁ ବି ସାମିଲ କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

ଏ ଅବସରରେ ଗୁରୁନାନକ୍ ଓ ସର୍ଦ୍ଦାର ପଟେଲଙ୍କ ସ୍ମୃତି ଚାରଣ କରିଥିଲେ ମୋଦୀ। ଏପରିକି ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ନିର୍ମିତ ଷ୍ଟେଚ୍ୟୁ ଅଫ୍ ୟୁନିଟି ଦେଶ ଓ ବିଦେଶରେ ସମର୍ପିତ କରାଯାଇଥିଲା। ଏହା ବିଶ୍ଵର ସବୁଠୁ ଉଚ୍ଚ ମୂର୍ତ୍ତି କୁହାଯାଉଛି, ଯାହା ଷ୍ଟେଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ଠାରୁ ଦୁଇ ଗୁଣା ଅଟେ। ତେଣୁ ବିଶ୍ଵର ଉଚ୍ଚ ମୂର୍ତ୍ତି ସମସ୍ତ ଭାରତୀୟଙ୍କୁ ଗୌରବମୟ କରିଛି ବୋଲି ମୋଦୀ କହିଛନ୍ତି।