ଆମେରିକାରେ ଅଣାୟତ କରୋନା: ୨୪ ଘଣ୍ଟାରେ ୨୧ ଶହ ଲୋକଙ୍କ ମୃତ୍ୟୁ

ଦେଶ ଓ ବିଦେଶବଡ଼ ଖବରସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ବିଶ୍ୱରେ ଜାରି ରହିଛି କରୋନା କହର। ହେଲେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପ୍ରଭାବଶାଳୀ ଦେଶ ଆମେରିକା। ଏଠାରେ ଅଧିକ ଲୋକ କରୋନା ଭୂତାଣୁରେ ସଂକ୍ରମଣ ହେଉଛନ୍ତି। ଏପରିକି ଗୋଟିଏ ଦିନରେ ଦୁଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ହେଉଛି ପ୍ରଥମ ଦେଶ ଯେଉଁଠି ଗୋଟିଏ ଦିନରେ ଦୁଇ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।
ଜନ୍ ହାପକିନସ ବିଶ୍ଵବିଦ୍ୟାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ୨୧୦୮ ଜଣଙ୍କ ଜୀବନ ନେଲାଣି କରୋନା। ଏଥିସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୧୮,୭୪୭ କୁ ପହଞ୍ଚିଛି। ସେହିପରି ୫ ଲକ୍ଷ ୨ ହଜାର ୮୭୬ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣା ପଡିଛି।
ତେବେ ଆମେରିକାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନ୍ୟୁୟର୍କରେ ସ୍ଥିତି ବେକାବୁ ରହିଛି। ଏଠାରେ ପ୍ରତିଦିନ ୫ ଶହରୁ ଅଧିକ ଲୋକ ମୃତ୍ୟୁ ହେବା ସ୍ବାଭାବିକ ଘଟଣା। ପରିସ୍ଥିତି ଏପରି ହୋଇଛି ଯେ ମୃତ ଲୋକଙ୍କୁ କବର ଦେବା ସ୍ଥାନ ଶବରେ ଭର୍ତ୍ତି ହୋଇଗଲାଣି। ସୋଶାଲ ମିଡ଼ିଆରେ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏଠାରେ ହାର୍ଟ ଦ୍ଵିପରେ ଶବ ମୟ ହୋଇ ଯାଇଛି। କୁହାଯାଉଛି ଯେ,ଏଠାରେ ଅପରିଚିତ ଶବକୁ କବର ଦିଆଯାଉଛି।

Leave a Reply