ବିଡ଼ିଓଙ୍କ ସପକ୍ଷରେ ବାହାରିଲା ଦଳିତ ସୁରକ୍ଷା ପରିଷଦ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ତେଜିବାରେ ଲାଗିଛି କନକ-ଭିକ୍ଟର ବିବାଦ ମାମଲା। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବେଲପଡା ବିଡ଼ିଓ ଭିକ୍ଟର ସୋରେନଙ୍କୁ ସର୍ବସମ୍ମୁଖରେ ପିଅନ ଓ କ୍ଲାର୍କ କହିବା ଘଟଣାକୁ ନାପସନ୍ଦ କରିଛି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ। ଏନେଇ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ବିଡ଼ିଓଙ୍କ ସପକ୍ଷରେ ବାହାରିଛି ସୁରକ୍ଷା ପରିଷଦ। ଏବଂ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ତାଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ନ ହେଲେ ଆସନ୍ତା ମାସ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ, ଉପାଧ୍ୟକ୍ଷ ଦୀପକ କୁମାର ବାଗ, ମହାସଚିବ ମାମିନା ଖାତୁନ, ସମ୍ବଲପୁର ଜିଲ୍ଲା ଆବାହକ ଆଶିଷ ମହାନନ୍ଦ, ବଲାଙ୍ଗିର ଶାଖା ଆବାହକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।ସେପଟେ ଦଳିତ ସୁରକ୍ଷା ପରିଷଦର ଅଭିଯୋଗ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।