ନବନୀତା ବ୍ୟୁରୋ। ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ କୁଲଦୀପ ଯାଦବଙ୍କୁ ବଡ଼ ସଫଳତା ମିଳିଛି। ବିଶାଖାପାଟଣାରେ ଖେଳା ଯାଇଥିବା ସିରିଜର ଦ୍ବିତୀୟ ମୁକାବିଲାରେ କୁଲଦୀପ ୩୩ ଓଭରର ଶେଷ ତିନି ବାଲରେ ତିନୋଟି ୱିକେଟ୍ ନେଇ କ୍ୟାରିୟରର ଦ୍ବିତୀୟ ହ୍ୟାଟ୍ରିକ୍ ହାସଲ କରିଛନ୍ତି। ଏଥିସହ କୁଲଦୀପ ଦିନିକିଆ କ୍ରିକେଟରେ ଦୁଇ ଥର ହ୍ୟାଟ୍ରିକ୍ ନେବା ପ୍ରଥମ ଖେଳାଳି ବନିଛନ୍ତି।
କୁଲଦୀପ ହ୍ୟାଟ୍ରିକରେ ପ୍ରଥମେ ଶାଇ ହୋପଙ୍କୁ ୭୮ ରନରେ ଆଉଟ୍ କରିଥିଲେ। ଏହାପରେ ଜେମସ ହୋଲଡର୍ ୧୧ରେ ରନ୍ ଆଉଟ୍ ଓ ଅଲ୍ଲାରି ଯୋଶଫ୍ କ୍ୟାଚ୍ ଆଉଟ୍ ହେବା ସହ ପ୍ରଥମ ଖେଳାଳି ଭାବେ ଦ୍ବିତୀୟ ଥର ହ୍ୟାଟ୍ରିକ୍ ନେଇ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି କୁଲଦୀପ।
ଏହା ପୂର୍ବରୁ ୨୦୧୭ ମସିହାରେ କୁଲଦୀପ ଅଷ୍ଟ୍ରେଲିଆ ବିରୋଧରେ କୋଲକାତାରେ ପ୍ରଥମ ହ୍ୟାଟ୍ରିକ ନେଇଥିଲେ। ସେତେବେଳେ ମଧ୍ୟ ୩୩ ଓଭରରେ ହିଁ ହ୍ୟାଟ୍ରିକ ନେଇଥିଲେ କୁଲଦୀପ। ୩୩ ଓଭରର ଦୁଇ, ତିନି ଓ ଚାରି ନମ୍ବର ବଲରେ ତିନୋଟି ୱିକେଟ୍ ନେଇଥିଲେ। ମେଥ୍ୟୁ ୱେଡ୍, ଏଟଶନ୍ ଏଗର ଓ ପେଟ କମିଂସଙ୍କ ୱିକେଟ ନେଇ ପ୍ରଥମ ହ୍ୟାଟ୍ରିକ ହାସଲ କରିଥିଲେ ଯାଦବ।
