ନବନୀତା ବ୍ୟୁରୋ। ଚେନ୍ନାଇ ମ୍ୟାଚର ବଦଳା ବିଶାଖାପାଟଣାରେ। ଦ୍ବିତୀୟ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ। ୧୦୭ ରନରେ ମ୍ୟାଚ୍ ଜିତି ସିରିଜ ୧ – ୧ରେ ବରାବର ହୋଇଛି। ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଶତକିୟ ପାରି ବଳରେ ଟିମ୍ ଇଣ୍ଡିଆ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି।
ଟସ ଜିତି ୱେଷ୍ଟ ଇଣ୍ଡିଜ କ୍ୟାପଟେନ ଭାରତକୁ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଥିଲେ। ଟିମ୍ ଇଣ୍ଡିଆର ଅପନର ରୋହିତ ଓ ରାହୁଲଙ୍କ ସାନସାର ପ୍ରଦର୍ଶନ ଯୋଗୁ ଟିମ୍ ଇଣ୍ଡିଆ ବଡ଼ ସ୍କୋର କରିଥିଲା। ରୋହିତ ୧୫୯ ଓ ରାହୁଲ ୧୦୨ ଶତକିୟ ପାରି ଖେଳି ଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ ବିନିମୟରେ ୩୮୭ ରନର ବିଶାଲ ସ୍କୋର କରିଥିଲା।
ଜବାବରେ ୩୮୮ ରନ୍ ଟାର୍ଗେଟର ପିଛା କରି ପଡିଆକୁ ଓହ୍ଲାଇଥିଲା ୱେଷ୍ଟ ଇଣ୍ଡିଜ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହେବା ସହ ୪୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୦ ରନ୍ କରିବାରେ ସକ୍ଷମ ହୋଇଥିଲା ୱେଷ୍ଟ ଇଣ୍ଡିଜ। ୧୦୭ ରନ୍ ବିରାଟ ବ୍ୟବଧାନରେ ମ୍ୟାଚ ହାରିବା ସହ ସିରିଜ ବରାବର ହୋଇଛି। ପରବର୍ତ୍ତୀ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯିବ।
