ନବନୀତା ବ୍ୟୁରୋ। ବିଜେଡ଼ି ସଂଶୋଧନ ନାଗରିକତା ଆଇନକୁ ସମର୍ଥନ କରୁଥିବା ବେଳେ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣକୁ ବିରୋଧ କରୁଛି। ଏନେଇ ସ୍ପଷ୍ଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଶୋଧିତ ନାଗରିକତା ଆଇନକୁ ସମର୍ଥନ କରିବା କାରଣ ଏହି ଆଇନ କେବଳ ବିଦେଶୀମାନଙ୍କ ଉପରେ ଲାଗୁ ହେଉଛି, ଭାରତୀୟମାନଙ୍କ ଉପରେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକଙ୍କୁ ଅପିଲ କରି କହିଛନ୍ତି ଯେ, ଗୁଜବ ଉପରେ ବିଶ୍ୱାସ ନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ।
ଲୋକସଭା ଓ ରାଜ୍ୟସଭା ଉଭୟ ଗୃହରେ ବିଜେଡ଼ି ସାଂସଦମାନେ ଏନଆରସିକୁ ସମର୍ଥନ କରୁନଥିବା ନେଇ ସ୍ପଷ୍ଟ କରିଥିବା କହିଛନ୍ତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ସଂଶୋଧନ ନାଗରିକତା ଆଇନ ଭାରତୀୟଙ୍କ ପାଇଁ କୌଣସି ଦେଣ ଲେଣ ନାହିଁ। ଏହା କେବଳ ବିଦେଶୀଙ୍କ ଉପରେ ଲାଗୁ ହେଉଛି।
ମୁଖ୍ୟମନ୍ତ୍ରୀଙ୍କ ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ଦିନକ ପୂର୍ବରୁ ରାଜଧାନୀରେ ଲୋକେ ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାର କରାଯାଇଥିଲା। ଏବଂ ନବୀନଙ୍କୁ ଅନୁରୋଧ କରିଥିଲେ କି ସିଏଏ ଓ ଏନଆରସି ଉପରେ ବିଜେଡ଼ି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ।
