ପିଙ୍କ ବଲରେ ବିରାଟଙ୍କ ପ୍ରଥମ ଶତକ, ଭାଙ୍ଗିଲେ ରିକି ପଣ୍ଟିଂଙ୍କ ରେକର୍ଡ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପିଂକ୍ ବଲ ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ଲଗାଇଲେ ବିରାଟ। କୋଲକାତା ଇଡେନ ଗାର୍ଡେନ ପଡ଼ିଆରେ ଖେଳାଯାଉଥିବା ଗୋଲାପୀ ବଲରେ କୋହଲି ବାଂଲାଦେଶ ବିପକ୍ଷରେ ଦମଦାର ବ୍ୟାଟିଂ କରିଛନ୍ତି। କ୍ୟାପଟେନ ବିରାଟ କୋହଲି ଐତିହାସିକ୍ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଭାରତ ଲାଗି ସର୍ବପ୍ରଥମ ଶତକ ଲଗାଇଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଏହା ହେଉଛି କୋହଲିଙ୍କ ୭୦ ତମ ଶତକ। ହେଲେ ଅଧିନାୟକ ଭାବେ ଟେଷ୍ଟ ମ୍ୟାଚରେ ୨୦ ତମ ଶତକ ଲଗାଇ ଅଷ୍ଟ୍ରେଲିଆର ମହାନ୍ ଅଧିନାୟକ ରିକୀ ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି।

ବାଂଲାଦେଶ ବିପକ୍ଷରେ ୧୫୯ ବଲରେ ୧୨ ଚୌକା ସହାୟତାରେ ଶତକୀୟ ପାରି ଖେଳିବା ସହ ଟେଷ୍ଟ ମ୍ୟାଚରେ ୨୭ତମ ଶତକ ମାରିଛନ୍ତି ବିରାଟ। ସେ ମଧ୍ୟରେ ଅଧିନାୟକ ଥିବା ବେଳେ କୋହଲି କେବଳ ୨୦ ଟି ଶତକ ଲଗାଇଛନ୍ତି। ଏଥିସହ ବିରାଟ କୋହଲି ଅଷ୍ଟ୍ରେଲିଆର ଖେଳାଳି ରୀକି ପଣ୍ଟିଂଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ପଣ୍ଟିଂ ଟେଷ୍ଟ କ୍ରିକେଟରେ ୧୯ ତମ ଶତକ ଲଗାଇଥିଲେ। ତେବେ କୋହଲି ଏବେ ବି ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଗ୍ରିମ୍ ସ୍ମିଥଙ୍କ ବହୁ ପଛରେ ରହିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବରେ ୨୫ ଶତକ ଲଗାଇଛନ୍ତି।