ଓଡ଼ିଶା ଖଣିରେ ଲୌହ ପରିବହନ କାର୍ଯ୍ୟ ଆରମ୍ଭ କଲା JSPL

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରବ୍ୟବସାୟ

ନବନୀତା ବ୍ୟୁରୋ। ଓଡ଼ିଶା ଖଣିରେ ଜେଏସପିଏଲ ପକ୍ଷରୁ ଲୌହ ପରିବହନ କାର୍ଯ୍ୟ ଆରମ୍ଭ। ଦୀର୍ଘ ୬ ବର୍ଷର ଆଇନ୍ ଲଢେଇ ଉଦ୍ୟମ ପରେ ଜେଏସପିଏଲକୁ ଆଶ୍ୱସ୍ତି ମିଳିଛି। ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଆଜି ବିନିମୟକାରୀଙ୍କୁ ସୂଚନା ଦେଇଛି ଯେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରାଯାଉଛି। କୋର୍ଟ କହିଛନ୍ତି ଯେ, କମ୍ପାନୀ ଟିକସ ଦେଉଥିବା କେନ୍ଦୁଝର ଖଣିରୁ ପରିବହନ କାର୍ଯ୍ୟ ଆରମ୍ଭ କରିଛି।

ତେବେ ପରିବହନ କାର୍ଯ୍ୟ ଆରମ୍ଭ ହେଉ ହେଉ କାରବାର ବୃଦ୍ଧି ପାଇଛି। ଷ୍ଟକ ୨.୫%ରୁ ଅଧିକ ବୃଦ୍ଧି ହୋଇଥିବା ଜଣାପଡିଛି।

ଏହା କମ୍ପାନୀ ପାଇଁ ବଡ଼ ଆଶ୍ୱସ୍ତି ବୋଲି କହିଛନ୍ତି ଜେଏସପିଏଲ ଏମଡି ଭି ଆର ଶର୍ମା। ତାସହ କାର୍ଯ୍ୟଶୈଳୀ ପୁଞ୍ଜି ଓ କଞ୍ଚାମାଲ ସୁରକ୍ଷା ଲାଗି ଆଶ୍ବସ୍ତ ମିଳିଥିବା ସେ କହିଛନ୍ତି।