ଜିଓରେ ବି କଥା ହେବା ମହଙ୍ଗା,ଲଞ୍ଚ କଲା ନୂଆ ତାରିଫ୍ ପ୍ଲାନ୍, ପଢନ୍ତୁ ଏହି ଖବର

ଦେଶ ଓ ବିଦେଶବଡ଼ ଖବରବ୍ୟବସାୟ

ନବନୀତା ବ୍ୟୁରୋ। ଏଣିକି ଜିଓ ମୋବାଇଲରେ ବି କଥା ହେବା ମହଙ୍ଗା। ନୂଆ ତାରିଫ୍ ପ୍ଲାନ୍ ଲଞ୍ଚ କରିଛି ରିଲାଏନସ ଜିଓ। ଆସନ୍ତା ୬ ତାରିଖରୁ ଏହି ନୂଆ ପ୍ଲାନ୍ ଲାଗୁ ହେବ। ତେବେ ନୂଆ ପ୍ଲାନ୍ ନେଇ ଜିଓ କମ୍ପାନୀର କହିବା କଥା ହେଲା, ତାରିଫ୍ ପ୍ଲାନ୍ ବୃଦ୍ଧି ପରେ ବି ଏୟାରଟେଲ, ଭୋଡାଫୋନ୍ ଓ ଆଇଡିଆ ତାରିଫ୍ ପ୍ଲାନ୍ ଠାରୁ ୧୫ ରୁ ୨୫ ପ୍ରତିଶତ ଯାଏ ଶସ୍ତା ରହିଛି। ଏଥିସହ ସବୁ ପ୍ଲାନ୍ ସହିତ ଜିଓ ଟିଭିରେ ୬୦୦ ରୁ ଅଧିକ ଚାନେଲ୍ ଦେଖିବାର ସୁଯୋଗ ମିଳିବ।

ପ୍ରତିଦିନ ୧.୫ ଜିବି ଡାଟା ସହ ଜିଓ ୩ଟି ପ୍ଲାନ ଲଞ୍ଚ କରିଛି। ସେଥି ମଧ୍ୟରେ ୧୯୯, ୩୯୯, ୫୫୫ ଓ ୨୧୯୯ ଟଙ୍କାର ପ୍ଲାନ୍ ସାମିଲ୍ ରହିଛି। ୧୯୯ ପ୍ଲାନର ବୈଧତା ୨୮ ଦିନ ଥିବା ବେଳେ ଜିଓରୁ ଜିଓ ମାଗଣା କଲ ଓ ଅନ୍ୟ ନେଟୱର୍କ ସହ କଥା ହେବା ପାଇଁ ୧୦୦୦ ମିନିଟ୍ ମିଳିବ।

୩୯୯ ଟଙ୍କାର ପ୍ଲାନରେ ୫୬ ଦିନର ବୈଧତା ସହ ୨୦୦୦ ମିନିଟ୍ ଅନ୍ୟ ନେଟୱର୍କକୁ କଲ କରି ପାରିବେ। ୫୫୫ ପ୍ଲାନ ୮୪ ଦିନର ବୈଧତା ସହ ଅଲଗା ମୋବାଇଲକୁ ଫୋନ୍ କରିବା ପାଇଁ ୩୦୦୦ ମିନିଟ୍ ମିଳିବ। ସେହିପରି ବର୍ଷିକିଆ ପ୍ଲାନ୍ ମଧ୍ୟ ଲଞ୍ଚ ହୋଇଛି। ଏହାର ମୂଲ୍ୟ ୨୧୯୯ ଟଙ୍କା ଥିବା ବେଳେ ଅନ୍ୟ ନେଟୱର୍କ ସହ କଥା ହେବା ପାଇଁ ୧୨୦୦୦ ମିନିଟ୍ ମିଳିବ।