ୟୁକୋ ବ୍ୟାଙ୍କ୍ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ!

ଅପରାଧଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଲେ ଆର୍. ରଞ୍ଜିତା ରାଓ। ସେ ଅଶୋକ ନଗର ୟୁକୋ ବ୍ୟାଙ୍କରେ ବରିଷ୍ଠ ମ୍ୟାନେଜର ଭାବେ କାମ କରୁଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଆଜି ଭୋର୍ ୫ ଟା ବେଳେ ବରମୁଣ୍ଡା ଭଡ଼ା ଘରେ ରଂଜିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଦୀର୍ଘ ଦିନ ହେଲା ସେ ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଭଲ ପାଉଥିବା ପରିବାର ଲୋକେ କହିଛନ୍ତି। ହେଲେ କଣ ପାଇଁ ଆତ୍ମହତ୍ୟା କଲେ ତାହା ପୋଷ୍ଟ ମୋଟର୍ମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣା ପଡ଼ିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବାପା ମା ସହ ରଜିତା ଗୋଟିଏ ଘରେ ଶୋଇଥିବା ବେଳେ ଆତ୍ମହତ୍ୟା ସଂପର୍କରେ କେମିତି ଜାଣି ପାରିଲେ ନାହିଁ ବାପା ମା।

ରାତି ୩.୧୮ ମିନିଟରେ ରଞ୍ଜିତା ଏକ ବିରହ ସଙ୍ଗୀତ ଫେସବୁକରେ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଛନ୍ତି ଯେ, ମାନା କେ ହମ୍ ୟାର୍ ନେହିଁ ।

 

Leave a Reply