ଜେଇଇ ଆଡଭାନସ ଫଳାଫଳ ଘୋଷିତ, ଟପ୍ପର ତାଲିକାରେ ଭୁବନେଶ୍ୱରର ସଂବିତ ବେହେରା

ଓଡ଼ିଶାଦେଶ ଓ ବିଦେଶ

ଦିଲ୍ଲୀ: ବାହାରିଲା ଜେଇ ଏଡଭାନସ ରେଜଲଟ । ଚଳିତ ବର୍ଷ ମହାରାଷ୍ଟ୍ର ବଲ୍ଲାରପୁରର କାର୍ତିକେୟ ଗୁପ୍ତା ସାଧାରଣ ବର୍ଗରେ ଟପ୍ପର ହୋଇଛନ୍ତି । ସେ ୩୭୨ରୁ ୩୪୬ ମାର୍କ ଆଣି ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଏଲାହାବାଦାର ହିମାଂଶୁ ଗୌରବ ସିଂ ଓ ଦିଲ୍ଲୀର ଅଚ୍ଚିତ ବୁବନା ଦ୍ୱିତୀୟ ଓ ତୃତୀୟ ରାଙ୍କ ପାଇଛନ୍ତି । ସେପଟେ ତେଲେଙ୍ଗାନାର ଶବନମ ସହାୟ ଟପ୍ପର ହୋଇଛନ୍ତି । ସେ ୩୭୨ ଅଙ୍କ ମଧ୍ୟରୁ ୩୦୮ ମାର୍କ ହାସଲ କରି ୧୦ ନମ୍ବର ରାଙ୍କରେ ଅଛନ୍ତି । ଏପଟେ ଓଡ଼ିଶା ଭୁବନେଶ୍ୱରର ସଂବିତ ବେହେରା ଏସସି ବର୍ଗରେ ଟପ୍ପର ହୋଇଛନ୍ତି ।
ଏ ବର୍ଷ ଜେଇଇ ଆଡଭାନସ ପେପର ୧ ଓ ୨ରେ ମିଶି କରି ୧ ଲକ୍ଷ ୬୧ ହଜାର ୩୧୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା  ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮ ହଜାର ୭୦୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହା ମଧ୍ୟରେ ୫ ହଜାର ୩୫୬ ଜଣ ଛାତ୍ରୀ ରହିଛନ୍ତି  ।
ଜେଇଇ ଆଡଭାନସ ଫଳାଫଳ ବାହାରିବା ପରେ ପରେ ସର୍ଭର ଏରର ଦେଖା ଦେଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏପରିକି କିଛି ଛାତ୍ର ନିଜର ଫଳାଫଳ ଜାଣି ପାରିନଥିବା ନେଇ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।
ସେପଟେ ଜେଇଇ ଆଡଭାନସ ରିଜଲଟ ଘୋଷଣା ହେଉ ହେଉ ଆର୍ଚିଟେକଚର ଆପଟିଚ୍ୟୁଟ ଟେଷ୍ଟ ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିପାଇଁ ୧୫ ଜୁନ ଅପରାହ୍ନ ୫ଟା ସୁଦ୍ଧା ଆବେଦନ କରି ପାରିବେ ବୋଲି କୁହାଯାଇଛି । ଏଥିଲାଗି ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଗୁୱାହାଟି, ଆଇଆଇଟି କାନପୁର, ଆଇଆଇଟି ଖଡ଼ଗପୁର, ଆଇଆଇଟି ହାଇଦରାବାଦ ଏବଂ ଆଇଆଇଟି ରୁଡକିରେ ପରୀକ୍ଷା କେନ୍ଦ୍ର କରାଯିବ ।
କେଟେଗୋରି ଟପ୍ପର୍ସ
କେଟେଗୋରି                  ନାମ                          ରାଙ୍କ ସହର
ସାଧାରଣ                     କାର୍ତ୍ତିକେୟ ଗୁପ୍ତା                 ୧         ବଲ୍ଲାରପୁର
ସାଧାରଣ             ହିମାଂଶୁ ଗୌରବ ସିଂହ           ୨         ଇଲାହାବାଦ
ସାଧାରଣ             ଅର୍ଚ୍ଚିତ ବୁବନା                   ୩         ନୂଆଦିଲ୍ଲୀ
ସାଧାରଣ ଇଡବ୍ଳୁଇଏସ          ଚନ୍ଦ୍ରଶେଖର ଏସଏସ ହେଥହାବ୍ୟା ୧         ମାଧାପୁର
ଓବିସି ଏନସିଏଲ      ହିମାଂଶୁ ଗୌରବ ସିଂହ    ୧        ଇଲାହାବାଦ
ଏସସି        ସଂବିତ ବେହେରା            ୧        ଭୁବନେଶ୍ୱର
ଏସସି      ପୀୟୂଷ ରାଜ    ୧        ଜୟପୁର
ସାଧାରଣ ପିଡବ୍ଳୁଡି      ସୁମିତ ଜୈନ    ୧        ସତନା
ସାଧାରଣ- ଇଡବ୍ଲୁଏସ-ପିଡବ୍ଲୁଡି  ଦସାରୀ ରାଜେଶ                 ୧       ଗାଂଧୀନଗର
ଓବିସି-ଏନସିଏଲ-ପିଡବ୍ଲୁଡି      ବେଦାନ୍ତ ଦୀପକ                 ୧       ନାଗପୁର
ଏସସି- ପିଡବ୍ଲୁଡି     ଆର‌୍ୟନ କୁମାର                   ୧      କାନପୁର
ଏସସି- ପିଡବ୍ଲୁଡି    ଧନଂଜୟ ସପାବତ                ୧      କୋଟା

ଜୋନାଲ ଟପ୍ପର୍ସ

ଜୋନ ଟପ୍ପର ର‌୍ୟାଙ୍କ
ଆଇଆଇଟି ବମ୍ବେ ଗୁପ୍ତା କାର୍ତ୍ତିକେୟ ଚଂଦ୍ରେଶ ୧
ଆଇଆଇଟି ଦିଲ୍ଲୀ ହିମାଂଶୁ ଗୌରବ ସିଂହ ୨
ଆଇଆଇସି ଗୁୱାହାଟି ପ୍ରଦୀପ୍ତା ପରାଗ ବୋରା ୨୮
ଆଇଆଇଟି କାନପୁର ଧୃବ ଅରୋଡା ୨୪
ଆଇଆଇଟି ଖଡ଼ଗପୁର ଗୁଡିପତି ଅନିକେତ        ୨୯
ଆଇଆଇଟି ହାଇଦରାବାଦ ଗିଲ୍ଲେଲ୍ଲା ଆକାଶ ରେଡ୍ଡୀ ୪
ଆଇଆଇଟି ରୁଡକୀ        ଜୟେଶ ସିଂଗଲା ୧୭

Leave a Reply