ଏନ୍ଏନ୍ ବ୍ୟୁରୋ। କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର।ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର ଜେଇଙ୍କ ମୃତଦେହ କପା କିଆରିରୁ ଉଦ୍ଧାର ହୋଇଛି। ମୃତକ ଜଣକ କଟକ ନିଆଳି ଅଞ୍ଚଳର ସୁରେଶ ସାହୁ ବୋଲି ଜଣାପଡିଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକ ଜେଇ ସୁରେଶ ସାହୁଙ୍କ ମୃତଦେହ ବନକା ବିହାର ଗାଁ ନିକଟ ରାସ୍ତା କଡ଼ରେ ପଡିଥିବା ଲୋକେ ଦେଖିଥିଲେ। ଏବଂ ମୃତଦେହ ପାଖରେ ତାଙ୍କର ମୋପେଡ୍ ବାଇକ୍ ମଧ୍ୟ ପଡ଼ିଛି।ଏନେଇ ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସୁରେଶ ଦେଢ଼ ବର୍ଷ ହେବ ପାଟଣାଗଡ଼ ବ୍ଲକରେ ଜେଇ ଭାବରେ କାର୍ଯ୍ୟ କରି ଆସୁଥିଲେ। ତେବେ ଆଜି ତାଙ୍କର ମୃତଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି।
ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନ ଥିବା ବେଳେ ପୋଲିସ ମୃତ୍ୟୁର କାରଣ ଖୋଜୁଛି। ଏବଂ ସାଇନ୍ତିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି। ଏବଂ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
