ବଲାଙ୍ଗିରରେ ହାତୀ ଦାନ୍ତ ମାଫିଆ ସକ୍ରିୟ, ୬ ଦାନ୍ତ ଜବତ୍ ସହ ଜଣକୁ ଗିରଫ କଲା ଏସଟିଏଫ୍

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିରରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ଆଜି ପୁଣି ଏସଟିଏଫ୍ ଓ ବଲାଙ୍ଗିର ବନ ବିଭାଗ ଦ୍ଵାରା ଜବତ ହୋଇଛି ହାତୀ ଦାନ୍ତ। ଏବଂ ଏ ଘଟଣାରେ ଜଡ଼ିତ ଜଣେ ମାଫିଆ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୁରିନ ସେଠ। ବଲାଙ୍ଗୀର ସହର ମଧ୍ୟରେ ଥିବା ମାଳପଡ଼ାରୁ ଏହି ହାତୀ ଦାନ୍ତ ଉଦ୍ଧାର ହୋଇଛି।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଓ ବଲାଙ୍ଗିର ବନ ବିଭାଗ ଏହି ଅଞ୍ଚଳରେ ଚଢାଉ କରିଥିଲେ। ଏବଂ ୬ଟି ହାତୀ ଦାନ୍ତ ଜବତ୍ କରିଥିଲେ । ଯାହାର ଓଜନ ୯ କିଲୋଗ୍ରାମ ହେବ। ସେହିପରି ଏଥିରେ ସଂପୃକ୍ତ ଥିବା ହାତୀ ଦାନ୍ତ ମାଫିଆ ନୁରିନ ସେଠକୁ ଗିରଫ କରା ଯାଇଛି। ତେବେ ଏହି ହାତୀ ଦାନ୍ତ କେଉଁଠୁ କିଭଳି ହିସାବରେ ଆସିଥିଲା କିମ୍ବା ହାତୀ ଶିକାର ହୋଇଥିଲା। ଏବଂ ଏହା କାହାକୁ ବିକ୍ରି କରା ଯିବା ଉଦ୍ଧେଶ୍ବରେ ରଖା ଯାଇଥିଲା ସେନେଇ ତଦନ୍ତ କରୁଛି ବନ ବିଭାଗ।