ନବନୀତା ବ୍ୟୁରୋ। ଦେଶର ପ୍ରଥମ ଲୋକସଭାର ସାଂସଦ ଓ ବିହାର ଡୁମରାଓ ରାଜର ଅନ୍ତିମ ମହାରାଜା କମଳ ବାହାଦୁର ସିଂହ ୯୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୁଅ ଚନ୍ଦ୍ର ବିଜୟ ସିଂହଙ୍କ ସୂଚନା ଅନୁସାରେ କମଳ ବାହାଦୁର ରବିବାର ସକାଳ ୫.୧୦ ଟାରେ ବକ୍ସର ଜିଲ୍ଲା ଭୋଜପୁର ସ୍ଥିତ ଘରେ ଦେହାନ୍ତ ହୋଇଛି। ଶେଷ ଦର୍ଶନ ଲାଗି ତାଙ୍କ ପାର୍ଥିବ ଶରୀର ସେଠାରେ ରଖା ଯିବ। ତେବେ ସୋମବାର ସକାଳେ ତାଙ୍କର ଶେଷ ସଂସ୍କାର କରାଯିବ ବୋଲି ପୁଅ ଚନ୍ଦ୍ର ବିଜୟ ସିଂହ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ସମଗ୍ର ଶାହାବାଦ୍ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ କମଳ ବାହାଦୁର ସିଂହ ଦେଶର ପ୍ରଥମ ଲୋକସଭାର କେବଳ ଜଣେ ଜୀବିତ ସାଂସଦ ଥିଲେ। କମଳ ସିଂହ ସ୍ୱତନ୍ତ୍ରତା ଆନ୍ଦୋଳନ ପରେ ଶାହାଜାଦରେ ଶିକ୍ଷା ଓ ସାମାଜିକ ବିକାଶରେ ମୁଖ୍ୟ ଭୂମିକା ରହିଥିଲା।
କମଳ ସିଂହ ଦେଶ ସ୍ବାଧୀନ ହେବା ପରେ ପ୍ରଥମ ସାଧାରଣ ନିର୍ବାଚନରେ ଶାହାଜାଦରୁ ନିର୍ବାଚିତ ହୋଇଥିଲେ। ତେବେ ୧୯୫୭ରେ ପରବର୍ତ୍ତୀ ନିର୍ବାଚନରେ ବକ୍ସର ସଂସଦୀୟ କ୍ଷେତ୍ର ଅସ୍ତିତ୍ବକୁ ଆସିଥିଲା
