ନବନୀତା ବ୍ୟୁରୋ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଡିସେମ୍ବର ୩୦ ତାରିଖରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ତେବେ ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ବିଳମ୍ବିତ ରାତିରେ ଉଦ୍ଧବ ଠାକରେ ପକ୍ଷରୁ ମନ୍ତ୍ରଣାଳୟ ବଣ୍ଟନ ତାଲିକା ମଞ୍ଜୁର ଲାଗି ଭଗତ ସିଂହ କୋଶ୍ୟାରିଙ୍କ ନିକଟକୁ ପଠା ଯାଇଥିଲା। ଆଜି ସକାଳେ ରାଜ୍ୟପାଳ ମନ୍ତ୍ରଣାଳୟ ଉପରେ ମୋହର ଲଗାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ଅର୍ଥ ବିଭାଗ ଓ ଏନସିପିର ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରୀ ପଦବୀ ଦିଆଯାଇଛି। ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଛି।


