ନବନୀତା ବ୍ୟୁରୋ। ଭାରତ ୱେଷ୍ଟଇଣ୍ଡିଜ୍ ତିନି ଟିକିଆ ଟି ୨୦ ମ୍ୟାଚରେ ଭାରତର ଦମଦାର ବିଜୟ। ହାଇଦରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଭାରତ ଜିତ୍ ହାସିଲ କରିଛି। କ୍ୟାପଟେନ ବିରାଟ କୋହଲି ନାବାଦ୍ ୯୪ ରନର ଧୂଆଁଧାର ପାରି ଖେଳି ଇଣ୍ଡିଜ୍ ଦଳକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏଥିସହ ତିନି ଟିକିଆ ଟି ୨୦ ମ୍ୟାଚରେ ଭାରତ ୧-୦ରେ ଆଗୁଆ ରହିଛି।

ଭାରତୀୟ କ୍ୟାପଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟ ଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ହେଲେ ଟିମ୍ ଇଣ୍ଡିଆ ୧୮.୪ ଓଭରରେ ଲକ୍ଷ୍ୟ ପୁରଣ କରି ନେଇଥିଲା। ଭାରତ ୧୮.୪ ଓଭରରେ ୪ ୱିକେଟ ହରାଇ ୨୦୯ ରନ୍ କରିଥିଲା। ସେଥି ମଧ୍ୟରୁ କୋହଲି ୯୪, କେଏଲ୍ ରାହୁଲ ୬୨ ରନ୍ କରିଛନ୍ତି। ତେବେ ଟି ୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ସବୁଠାରୁ ବଡ଼ ଲକ୍ଷ୍ୟର ପିଛା କରି ଜିତ୍ ହାସଲ କରିଛି ଭାରତ।
