ନବନୀତା ବ୍ୟୁରୋ। ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରି ଦିଆ ଯାଇଛି। ଅଭିଯୁକ୍ତ ଯେଉଁଠାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ, ସେଠାରେ ହିଁ ସେମାନଙ୍କୁ ଗୁଳି କରି ନିପାତ୍ କରିଛି ପୋଲିସ। ଘଟଣା ପରେ ପୋଲିସକୁ ଲୋକେ ସାବାସି ଦେବା ସହ ଫୁଲ ବର୍ଷା କରିଥିଲେ।
ନଭେମ୍ବର ୨୮ ତାରିଖରେ ମହିଳା ପଶୁ ଡାକ୍ତରଙ୍କୁ ଏହି ୪ ଅଭିଯୁକ୍ତ ଗଣ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ଏହି ଘଟଣାର ପ୍ରତିବାଦ ସ୍ୱର ସଡ଼କରୁ ସଂସଦ ତକ୍ ଶୁଭି ଥିଲା। ଅଭିଯୁକ୍ତଙ୍କୁ ଶୀଘ୍ର ସଜା ଦେବାକୁ ସବୁଠି ଦାବି ହୋଇଥିଲା। ହେଲେ ଶୁକ୍ରବାର ତେଲେଙ୍ଗାନା ପୋଲିସ ୪ ଅଭିଯୁକ୍ତକୁ ଜାତୀୟ ରାଜପଥ ୪୪ ନିକଟସ୍ଥ ଘଟଣାସ୍ଥଳକୁ କ୍ରାଇମ ସୀନ ରିକଂଷ୍ଟ୍ରକଟ୍ କରିବା ପାଇଁ ନେଇଥିବା ବେଳେ ସେମାନେ ପଳାଇବାକୁ ଉଦ୍ୟମ କରିଥିଲେ। ଏତିକିବେଳେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରି ମାରି ଦେଇଛି।
ପୁରା ଘଟଣାବଳୀ
୨୭ ନଭେମ୍ବର ସରକାରୀ ମେଡିକାଲରେ କାର୍ଯ୍ୟରତ ମହିଳା ପଶୁ ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ୪ ଅଭିଯୁକ୍ତ ମଦ ପିଇବା ବେଳେ ଡାକ୍ତର ସ୍କୁଟି ପାର୍କ କରୁଥିବା ଦେଖିବା ସହ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ।
୨୮ ନଭେମ୍ବର ୨୫ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କ ଅଧାପୋଡା ମୃତଦେହ ଶାଦନଗରର ଏକ ପୋଲ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
୨୯ ନଭେମ୍ବର ତେଲେଙ୍ଗାନା ପୋଲିସ ଏ ଘଟଣାର ଛାନବିନ୍ ବେଳେ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ଆରିଫ୍, ଶିବା, ନବୀନ ଓ ସି. ଚେନ୍ନକେଶବୁଲୁ।
୨୯ ନଭେମ୍ବର ଅଦାଲତ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ଜେଲକୁ ପଠାଇ ଦେଇଥିଲେ। ତେବେ ପୋଲିସ କମିଶନର ବିସି ସଜ୍ଜନାର କହିଥିଲେ ଯେ, ଷଡ଼ଯନ୍ତ୍ର କରି ଏଭଳି ପାଶବିକ କାଣ୍ଡ ଭିଆଇଛନ୍ତି। ପୀଡ଼ିତାଙ୍କ ମା ସମସ୍ତ ଦୋଷୀଙ୍କୁ ସର୍ବ ସମ୍ମୁଖରେ ଜୀଅନ୍ତା ଜଳାଇ ଦେବାକୁ ଦାବି କରିଥିଲେ।
୨୯ ନଭେମ୍ବର ଶାଦନଗର ବାର ଆସୋସିଏସନ୍ ଘୋଷଣା କରିଥିଲା ଯେ, ହତ୍ୟାକାରୀଙ୍କୁ କୌଣସି ପ୍ରକାରେ ବି ଆଇନର ସହାୟତା ଦିଆଯିବ ନାହିଁ। ଏହାକୁ ହାଇଦ୍ରାବାଦ ଓକିଲମାନେ ମଧ୍ୟ ସମର୍ଥନ କରିଥିଲେ।
୩୦ ନଭେମ୍ବର ଘଟଣାର ଶୀଘ୍ର ମକଦ୍ଦମା ଚଳାଇବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ ଲାଗି ଘୋଷଣା କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଏଥିସିତ ଜାତୀୟ ମହିଳା କମିଶନ ସଦସ୍ୟ ପୀଡ଼ିତ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ।
୧ ଡିସେମ୍ବର ତେଲେଙ୍ଗାନା ଡିଜିପି ଏମ୍. ମହେନ୍ଦ୍ର ରେଡ୍ଡୀ ଏ ମାମଲାରେ କୋତାହି ବରତନେ ୱାଲେ ପୋଲିସ କର୍ମୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏ ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ପୁଲିସ କମିସନର ବିସି ସଜ୍ଜନାର।
୨ ଡିସେମ୍ବର ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ସ୍ୱର ସଂସଦରେ ଉଠିଥିଲା।
୩ ଡିସେମ୍ବର ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ଵାତୀ ମାଲିୱାଲ୍ ଏନେଇ କଡ଼ା ଆଇନ୍ ଦାବିରେ ଦିଲ୍ଲୀରେ ଅନଶନ ଆରମ୍ଭ କରିଥିଲେ।
୩ ଡିସେମ୍ବର ଚେରଲାପଲ୍ଲୀ ଜେଲରେ ବନ୍ଦୀ ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଚେନ୍ନାକେଶବୁଲୁର କିଡନୀ ରୋଗର ଚିକିତ୍ସା କରାଇବା ପାଇଁ ଦାବି ହୋଇଥିଲା।
୪ ଡିସେମ୍ବର ଏ ଘଟଣାରେ ହାଇଦ୍ରାବାଦରେ ଶୁଣାଣି ପାଇଁ ମହବୁବନଗର ଜିଲ୍ଲା କୋର୍ଟରେ ଶୀଘ୍ର ଏକ ସ୍ଵତନ୍ତ୍ର କୋର୍ଟ ଗଠନ ଲାଗି ଘୋଷଣା କରିଥିଲେ।
୬ ଡିସେମ୍ବର ଚାରି ଜଣ ଅଭିଯୁକ୍ତଂକୁ ଏନକାଉଣ୍ଟର କରି ମାଳି ଦେଲା ପୋଲିସ। ପୋଲିସ କହିବା ଅନୁସାରେ କ୍ରାଇମ୍ ସୀନ ରିକଂଷ୍ଟ୍ରକଟ୍ କରିବା ସମୟରେ ଅଭିଯୁକ୍ତମାନେ ପୋଲିସ ଠାରୁ ଅସ୍ତ୍ରଶସ୍ତ୍ର ଲୁଟି ଗୁଳି ଚଳାଇଥିଲେ। ଫଳରେ ପୋଲିସ ଏନକାଉଣ୍ଟର କରି ସମସ୍ତଙ୍କୁ ନିପାତ କରି ଦେଇଛି।
