ନାରୀ ସୁରକ୍ଷା ଲାଗି ଥାନାରେ ଖୋଲିବ ମହିଳା ହେଲ୍ପ ଡେସ୍କ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦେଶରେ ନାରୀ ଦୁଷ୍କର୍ମ ଘଟଣା ବୃଦ୍ଧି ଚିନ୍ତା। ମହିଳାଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଥାନାରେ ମହିଳା ହେଲ୍ପ ଡେସ୍କ ଖୋଲିବା ସହ ସୁଦୃଢ଼ୀକରଣ ପାଇଁ ନିର୍ଭୟା ଫଣ୍ଡରେ ଶହେ କୋଟି ଟଙ୍କା ମଞ୍ଜୁର କରିଛି ଗୃହ ମନ୍ତ୍ରଣାଳୟ। ଏ ଯୋଜନା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଲାଗୁ ହେବ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଓ ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ସହାୟତାରେ ସବୁ ଥାନାରେ ମହିଳା ହେଲ୍ପ ଡେସ୍କ ଓ ଏଣ୍ଟି ହୁମାନ୍ ଟ୍ରାଫିକିଂ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍ କରାଯାଇଥିଲା।