ନବନୀତା ବ୍ୟୁରୋ। ତାତିରୁ ମିଳିବ ଆଶ୍ୱସ୍ତି। ଜୁନ ପହିଲା ସପ୍ତାହରେ କେରଳ ଛୁଇଁବ ମୌସୁମୀ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ କେରଳ ଛୁଇଁବାକୁ ୪ ଦିନ ବିଳମ୍ବ ହେବ। ଅର୍ଥାତ୍ ମୌସୁମୀ ଆଗମନର ୪ ଦିନ ପରେ ଜୁନ ୫ ତାରିଖ ଯାଏ ଦକ୍ଷିଣ ରାଜ୍ୟରେ ଛୁଇଁବା ଆଶା କରାଯାଉଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ସ୍ଵାଭାବିକ ଭାବେ କେରଳରେ ଛୁଇଁବା ଟିକେ ବିଳମ୍ବ ହୋଇପାରେ। ଆସନ୍ତା ମାସ ୫ ତାରିଖରେ କେରଳରେ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ତେବେ କେରଳରେ ମୌସୁମୀ ଆଗମନ ପରେ ଦେଶରେ ୪ ମାସ ଯାଏ ବର୍ଷା ପାଗର ଅଧିକାରୀକ ସଂକେତ ମିଳିଥାଏ।
