ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ I ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଘନିଷ୍ଠ ନକଲି ବ୍ୟାଙ୍କ ମ୍ୟାନେଜର I ମନ୍ତ୍ରୀଙ୍କ ନିକଟତର କୁହାଯାଉଥିବା ବିଜେପି କର୍ମୀ ନିଜକୁ ବ୍ୟାଙ୍କ ମ୍ୟାନେଜର କହି ଲୋକଙ୍କୁ ଠକୁଥିବା ଖବର ସାମନାକୁ ଆସିଛି I ଲୁକାପଡାର ବିଜେପି କର୍ମୀ ଦିଲୀପ ପଧାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲାର ଜଣେ ମହିଳା I ସୋସିଆଲ ମିଡିଆରେ ନିଜକୁ ଏକ୍ସିସ୍ ବ୍ୟାଙ୍କ ମ୍ୟାନେଜରର ପରିଚୟ ଦେଇ ସମ୍ପୃକ୍ତ ବିଜେପି କର୍ମୀ ନିରୀହ ମହିଳାମାନଙ୍କୁ ଠକୁଥିବା ଖବର ସାମ୍ନାକୁ ଆସିଛି l
ଅଭିଯୋଗ ଅନୁସାରେ, ବିଜେପି କର୍ମୀ ଦିଲୀପ ପଧାନ ସୋସିଆଲ ମିଡ଼ିଆ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ଜଣେ ନିରୀହ ମହିଳାଙ୍କୁ ନିଜ ଜାଲରେ ପକାଇ ଠକାମୀ ଆରମ୍ଭ କରିଥିଲେ l ମହିଳା ଜଣକୁ 5 ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ କରାଇଦେବା ପାଇଁ କାଗଜପତ୍ର ମାଗିଥିଲେ I ଏଥିପାଇଁ ସମସ୍ତ ପ୍ରକାର କାଗଜପତ୍ର ଦେଇଥିଲେ ମହିଳା ଜଣକ I କେବଳ ଏତିକି ନୁହେଁ, ସମ୍ପୃକ୍ତ ମହିଳାଙ୍କୁ ଭୁବନେଶ୍ୱର ଯିବାକୁ ପ୍ରଲୋଭନ ମଧ୍ଯ ଦେଖାଇଥିଲେ ନକଲି ବ୍ୟାଙ୍କ ମ୍ୟାନେଜର୍ ଦିଲୀପ ପଧାନ I ହେଲେ ରୁଣ ପାଇଁ ପଚାରିଲେ ସେ ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଯାଉଥିଲେ I କିନ୍ତୁ ଯେତେବେଳେ ରୁଣ ପାଇଁ ଟଙ୍କା ଦେବାକୁ ଅସହାୟ ମହିଳା ମନା କରି ଦେଲେ ତା ପରଠୁ ଆଉ ନକଲି ମ୍ୟାନେଜର ଧରା ଛୁଆ ଦେଉନାହାନ୍ତି I ନା ଫୋନ ଉଠାଉଛନ୍ତି ନା ମେସେଞ୍ଜରରେ କିଛି ଉତ୍ତର ଦେଉଛନ୍ତି I
ଶେଷରେ ହତାଶ ହୋଇ ଅସହାୟ ମହିଳା ଜଣକ ନିଜ ଫେସବୁକରେ ନିଜେ ହାରି ଯାଇଥିବା ପୋଷ୍ଟ କରିଥିଲେ I ଅବଶ୍ଯ ପରେ ଉକ୍ତ ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି ସମ୍ପୃକ୍ତ ମହିଳା l ଏହି ଠକ ବିଜେପି କର୍ମୀ ଜଣକ ପୂର୍ବରୁ ଠକାମି କରିଆସୁଥିବା ବେଳେ ଏବେ ନିଜକୁ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ବୋଲି ପୁଣି ଠକାମୀ ଆରମ୍ଭ କରିଛନ୍ତି l ଏହି ନକଲି ବ୍ୟାଙ୍କ ମ୍ୟାନେଜର୍ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ମଧ୍ଯ ରହିଛି I ଏହାରି ସତ୍ତ୍ୱେ ଏହି ବିଜେପି କର୍ମୀଙ୍କୁ ସମର୍ଥନ କରି ଆସୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ I ଏପରିକି ନିକଟରେ ଏକ ଘଟଣାରେ ଆହତ ହୋଇ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କୁ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ଦେଖିବାକୁ ଯାଇଥିଲେ I ଏବଂ ମାଡ଼ ମାରିଥିବା ଯୁବକଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଚାପ ପକାଇଥିଲେ ମୁକେଶ ମହାଲିଙ୍ଗ I
ଏଇଥିରୁ ସ୍ପଷ୍ଟ ଯେ, ମୁକେଶ ମହାଲିଙ୍ଗ ସାଙ୍ଗରେ କିଛି ଅପରାଧି ବୁଲୁଥିବା ବିଜେଡିର ଅଭିଯୋଗ ସତ ପ୍ରମାଣିତ ହୋଇଛି I ଯେଉଁ ବିଜେପି କର୍ମୀ ନିଜକୁ ବ୍ୟାଙ୍କ ମ୍ୟାନେଜର୍ କହି ଠକେଇ କରୁଛନ୍ତି, ସେଭଳି କର୍ମୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଦୃଢ ସମର୍ଥନ କରିବା ସମସ୍ତଙ୍କୁ ଚକିତ କରିଛି I ସେପଟେ ଅଭିଯୋଗ ନେଇ ନକଲି ବ୍ୟାଙ୍କ ମ୍ୟାନେଜର ଦିଲୀପ ପଧାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ I ଦେଖାଯାଉ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ଅପରାଧିକ କର୍ମୀଙ୍କୁ ନିଜ ସାଙ୍ଗରେ ରଖୁଛନ୍ତି ନା ପ୍ରତ୍ୟାଖ୍ୟାନ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ I